ବେଆଇନ ବାଲି ଚାଲାଣ : ଗାଡ଼ି ଜବତ
ଚିକିଟି (ଓ୍ବାଇଏନଏସ) : କେ.ନୂଆଗାଁ ଥାନା ପୋଲିସ ସଦଳେବଳେ ଚଢ଼ାଉ କରି ବାହୁଦା ନଦୀ ରୁ ବେଆଇନ ବାଲି ଚାଲାଣ ରେ ରୋକ ଲଗେଇବା ରେ ସଫଳ ହୋଇଛି.ବୁଧବାର ସଂଧ୍ୟା ଚୈତନ୍ୟ ପ୍ରସାଦ (ଲୋଚାପଡା ) ନିକଟ ରୁ ମାଫିଆ ବେଆଇନ ଭାବେ ହିଟାଚି ବ୍ୟବହାର କରି ବାଲି ଚାଲାଣ କରୁଥିବା ସମୟରେ ରେ ଅତର୍କିତ ଭାବେ ଚଢ଼ାଉ କରାଯାଇଛି.ଘଟଣା ସ୍ଥଳ ରୁ ଗୋଟିଏ ହିଟାଚି ସମେତ ଦୁଇ ଟ୍ରାକ୍ଟର ଜବତ କରି ଖଣି ବିଭାଗ କୁ ହସ୍ତାନ୍ତର କରାଯାଇଛି.ତେବେ ହିଟାଚି ଗାଡି କୁ ସ୍ଥାନାନ୍ତର ରେ ସମସ୍ୟା ଯୋଗୁଁ ତାକୁ ନଦୀ ପଠା ରେ ଲକ କରି ରଖାଯାଇଥିବା ଖଣି ଅଧିକାରୀ ପଙ୍କଜ ଠାକୁର ପ୍ରକାଶ କରିଛନ୍ତି. ତେବେ ଖଣି ବିଭାଗ,ପୋଲିସ ନିକଟରେ ସହ ସହ ଗାଡି ବାଲି ଗଛିତ ରଖା ଯାଇଥିବା ଜାଗା ରେ ପହଞ୍ଚିବା ରେ ସଫଳ ହୋଇପାରିନାହାନ୍ତି.ଉକ୍ତ ବାହୁଦା ନଦୀ ରୁ ବାଲି ବାହାର କରି ନିର୍ଦ୍ଧିଷ୍ଟ ଜାଗା ରେ ଏକତ୍ରିତ କରାଯାଇ ପଡୋଶୀ ଆନ୍ଧ୍ର ପ୍ରଦେଶ ଚାଲାଣ ହେଉଥିବା ଅଭିଯୋଗ ହୋଇଛି.ଏହି ଗଛିତ ବାଲି କୁ ଜବତ ପାଇଁ ଦାବି ହେଉଛି.ସେହିପରି ଚିକିଟି ବାଇପାସ ରୋଡ ରେ ବେଆଇନ ଭାବେ ହାଇୱା ରେ ବାଲି ଚାଲାଣ ବେଳେ ଧାନଘର ଫାଣ୍ଡି ପୋଲିସ ଅଧିକାରୀ ଗୌତମ ସାହୁ ତିନି ହାଇୱା କୁ ଜବତ କରି ଖଣି ବିଭାଗ କୁ ହସ୍ତାନ୍ତର କରିଛନ୍ତି.


