ମା ତାରାତାରିଣୀ ପୀଠ ଏବଂ ମା ରାମାୟାଣାମ୍ମା ଠାକୁରାଣୀ ଯାତ୍ରାରେ କୋହଲା ନୃତ୍ୟ ପରିବେଷଣ
ଛତ୍ରପୁର,(ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲାର ଆରାଧ୍ୟ ଦେବୀ ମା ତାରାତାରିଣୀଙ୍କ ପୀଠ ରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାହାଡ଼ ରେ ଚାଲି ଚାଲି ଯାଇ କୋହଲା ନୃତ୍ୟ ପରିବେଷଣ କରି ଆଧାତ୍ମିକ ପରିବେଶ ସୃଷ୍ଟି କରିଛନ୍ତି ଛତ୍ରପୁର ବ୍ଲକ ଅନ୍ତର୍ଗତ ଘଡଘଡାପଲ୍ଲୀ ସ୍ଥିତ(ଆଇ ଆର ଇ ଛକ)ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ କାମିନି ଦାସୁଡୁ ସତ୍ୟମ ସେବା ନୃତ୍ୟ କଳା କେନ୍ଦ୍ର ପକ୍ଷରୁ ସଭାପତି ତଥା କଳା ରତ୍ନ ଏବଂ ଜୟଦେବ ପୁରସ୍କାର ପ୍ରାପ୍ତ ବଡ ଦାସୁଡୁ ଡ଼କ୍ଟର ଆର୍. ସତ୍ୟମ ରେଡ୍ଡୀ ଏବଂ ତାଙ୍କ କଳାକାର ( ଶିଷ୍ୟ) ମାନେ। ଏହା ସହିତ ଛତ୍ରପୁର ର ଆରଧ୍ୟ୍ୟ ଦେବୀ ମା ରାମାୟାଣାମ୍ମା ଠାକୁରାଣୀଙ୍କ ଯାତ୍ରା ରେ ମାଙ୍କ ଅସ୍ଥାୟୀ ମନ୍ଦିର ନିକଟରେ କୋହଲା ନୃତ୍ୟ ର ତାଳେ ତାଳେ ଭକ୍ତ ମାନେ ଶ୍ରୀହରିଙ୍କ ଗୁଣଗାନ କରିଛନ୍ତି l ଦାସୁଡୁ ନୃତ୍ୟଗୁରୁ ଡ଼କ୍ଟର ଆର ସତ୍ୟମ୍ ରେଡ୍ଡୀଙ୍କ ନେତୃତ୍ୱ ରେ ୨୭ ଜଣ ଶିଷ୍ୟମାନେ ମାଙ୍କ ଠାରେ କୋହଲା ନୃତ୍ୟ ପ୍ରଦର୍ଶନରେ ଭକ୍ତଗଣ ଙ୍କୁ ଚମତ୍କୃତ୍ କରିଦେଇଥିଲା । ଅଗ୍ନି ମଶାଲ ଅବା କୋହଲା ନୃତ୍ୟ ପ୍ରଦର୍ଶନରେ ଏହି ଭକ୍ତିବାଦର ଦଳ ସମୂହ ଙ୍କ ନୃତ୍ୟ, ବାଦ୍ୟ, ଝାଞ୍ଜରେ ରେ ମୁଖରୀତ ହୋଇ ଉଠିଥିଲା । ସମସ୍ତେ ଶ୍ରୀ ହରି ଙ୍କ ଭକ୍ତିଭାବାପ୍ନରେ ମଜ୍ଜି ଯାଇଥିଲେ ।ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ଙ୍କ ନାମ ଶ୍ରୀ ହରି, ଶ୍ରୀ ହରି ଜପି ଭକ୍ତି-ଭାବାପ୍ନରେ ଭକ୍ତଗୋଷ୍ଠୀ, ବୁଦ୍ଧିଜୀବୀ ନିଜ ନିଜ ଭାବନା କୁ ଉତ୍ସର୍ଗୀକୃତ କରିଥିଲେ । ଏହି ଅବସର ରେ ଯାତ୍ରା କମିଟି ର ମ୍ୟାନଜର ସିଏଚ ଦୟାନନ୍ଦ ରେଡ୍ଡୀ ଏହି ସେବା ଦଳ କୁ ସମ୍ମାନିତ କରିଥିଲେ l


