ହାଟଡ଼ିହିରେ କାଳବୈଶାଖୀ, ଦୁଇ ଘଣ୍ଟା ଅବିଶ୍ରାନ୍ତ ବର୍ଷା ପବନ

ହାଟଡିହି ( ହାଟଡ଼ିହି ଅଞ୍ଚଳରେ କାଳବୈଶାଖୀ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଛି। ସନ୍ଧ୍ୟା ୫ଟା ଠାରୁ ୭ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟା ଧରି ଅବିଶ୍ରାନ୍ତ ବର୍ଷା ପବନ ଓ କୁଆପଥର ବୃଷ୍ଟି ହୋଇଥିଲା। ଏଥି ଯୋଗୁଁ ବ୍ଲକର ବିଭିନ୍ନ ସ୍ଥାନରେ ଛୋଟ ବଡ଼ ଗଛ ଉପୁଡ଼ି ଯାଇଥିବା ବେଳେ ଅନେକ ଚଲଘରର ଛପର ଉଡ଼ିଯାଇ ଥିବା ଜଣା ଯାଇଛି।  କୁଣ୍ଡିସାହି ଗ୍ରାମରେ ଶିବ ମନ୍ଦିର ନିକଟରେ ଥିବା ଏକ ବଡ ବରଗଛ ଉପୁଡି ପଡିଥିବାବେଳେ  ବିଦ୍ୟୁତ ତାର ଛିଣ୍ଡି ପଡ଼ିବା ଯୋଗୁଁ ସମଗ୍ର ଅଞ୍ଚଳରେ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଛି। ସେହିପରି ଅସିଆ, ପନ୍ଦାଡୋ, ଢେଙ୍କା, ପୁରୁଣାପାଣି, ଆଦି ଗ୍ରାମରେ ଅନେକ ଗଛପତ୍ର ଭାଙ୍ଗି ପଡିଥିବା ସୂଚନା ମିଳିଛି। ଏତେ ଯୋର ପବନ ହେଲା ଯେ ରାସ୍ତାରେ ଯିବା ଆସିବା କରୁଥିବା ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ