ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳନ

ବୁଗୁଡା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳନ ଅବସରରେ “ପଢିବା ଓ ଗଢିବା ଓଡିଶା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶର୍ମିଲା ରାଣୀ ଦାସ ଓ ବାଲିପଦର କ୍ଲଷ୍ଟର ସିଆରସିସି ବିଶ୍ଵଜିତ ପରିଡାଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବୁଗୁଡା ଏବିଇଓ ଅନିତା ପାଢ଼ୀ ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଥମେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ବୃନ୍ଦ ବ୍ୟାନର ଓ ପ୍ଲାକାର୍ଡ ଧରି ସାକ୍ଷରତା ହେବାକୁ ସ୍ଲୋଗାନ ଦେଇ ବାଲିପଦର ଗ୍ରାମରେ ରାଲିରେ ଯାଇ ଜନସଚେତନତା ସୃଷ୍ଟି କରିଥିଲେ। ରାଲି ମଧ୍ୟରେ ବାଲିପଦର ମକର ପଡ଼ିଆରେ ଛାତ୍ରଛାତ୍ରୀ ବୃନ୍ଦ ନୃତ୍ୟ ଓ ଅଭିନୟ ପରିବେଷଣ କରି “ପଢିବା ଓ ଗଢିବା ଓଡିଶା” ବିଷୟ ଲୋକଙ୍କ ନିକଟରେ ପହଞ୍ଚାଇଥିଲେ। ଏବିଇଓ ଅନିତା ପାଢ଼ୀ “ପଢିବା ଓ ଗଢିବା ଓଡିଶା” ବିଷୟରେ ବକ୍ତବ୍ୟ ପ୍ରଦାନ କରି ସଚେତନ କରିଥିଲେ। ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ତେଜସ୍ୱିନୀ ଦାସ, ବିକ୍ରମ କୁମାର ବେହେରା, ସୁଦାମ ବେହେରା, ରାଜେନ୍ଦ୍ର କୁମାର ପାତ୍ର, ପ୍ରଶାନ୍ତ କୁମାର ବେହେରା, କାଳିଆ ପାଣିଗ୍ରାହୀ, କନକି ପ୍ରଧାନ, ସୂଚିଶ୍ମିତା ସିଂ, ବନସ୍ମିତା ସାହୁ ଓ ଏଲିନା ସିଂ କାର୍ଯ୍ୟକ୍ରମରେ ଯୋଗଦେଇ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ