ଆନ୍ତର୍ଜାତିକ ମହିଳା ଦିବସ ପାଳିତ
ବାଲେଶ୍ବର(ସରୋଜ ପଣ୍ଡା): ସହଦେଵଖୁଣ୍ଟା ବ୍ରଜେଶ୍ୱର ମନ୍ଦିର ଠାରେ ଆନ୍ତର୍ଜାତିକ ମହିଳା ଦିବସ-୨୦୨୬ ପାଳନ ହୋଇଯାଇଛି।ମହିଳା ଆରୋଗ୍ୟ ସମିତି,ସ୍ୱେଚ୍ଛାସେବୀ ଅନୁଷ୍ଠାନ ଭରସା ଓ ମେ ଆଇ ହେଲ୍ପ ୟୁ ର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ମହିଳା ଦିବସ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରିଣୀ ପ୍ରତିଭା ବେହେରା ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବେ ସିଡି ପିଓ ପ୍ରଭାବତୀ ନନ୍ଦ, କାଉନସିଲର ଶଶିରେଖା ମହାନ୍ତି ପ୍ରମୁଖ ଯୋଗ ଦେଇ ବକ୍ତବ୍ୟରେ ମହିଳା ମାନଙ୍କୁ ଶିକ୍ଷିତ,ଆତ୍ମ ନିର୍ଭରଶୀଳ ହେବାକୁ କହିଥିଲେପ୍।ସଭାରେ ମେ ଆଇ ଜେଲପ ୟୁ ର ସମ୍ପାଦକ ଉଵାଚକ ମହାନ୍ତି ସଭାପତିତ୍ବ କରିଥିଲେ।ଭରସା ଅନୁଷ୍ଠାନର ସମ୍ପାଦକ ଯାଦବେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଆୟୋଜିତ ରଙ୍ଗୋଲି ଓ ମ୍ୟୁଜିକ ଚେୟାର ପ୍ରତିଯୋଗିତାର କୃତି ପ୍ରତିଯୋଗିମାନଙ୍କୁ ପୁରସ୍କୃତ କରାଯାଇଥିଲା।


