ଯାଦୁ ପେଡି ପରିବହନ ଅର୍ଥ ପାଉନାହାନ୍ତି ପ୍ରଧାନ ଶିକ୍ଷକ : ଶିକ୍ଷକ ମହଲରେ ଅସନ୍ତୋଷ

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନରେ ଥିବା ଶିଶୁ ବାଟିକା ଠାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ବିଦ୍ୟାଳୟକୁ ସରକାରଙ୍କ ତରଫରୁ ଯାଦୁ ପେଡି ଯୋଗାଇ ଦିଆଯାଇଛି। କିନ୍ତୁ ଯାଦୁ ପେଡି ନେଇଥିବା ଶିକ୍ଷକମାନେ ତାଙ୍କ ପରିବହନ ବାବଦ ଅର୍ଥ ପାଇ ନଥିବାରୁ ଅସନ୍ତୋଷ ଦେଖାଦେଇଛି। ସୂଚନା ଅନୁସାରେ ସରକାରଙ୍କ ନୂତନ ଶିକ୍ଷାନୀତି-୨୦୨୦ ଅନୁଯାୟୀ ଛୋଟ ପିଲାମାନଙ୍କ ପାଇଁ ଯାଦୁ ପେଡିର ପରିକଳ୍ପନା କରାଯାଇଛି। ଏହା ଏକ ଖେଳ ଆଧାରିତ ଶିକ୍ଷଣ ପଦକ୍ଷେପ। ଶିଶୁ ବାଟିକା ଠାରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଏହି କିଟ୍ ପ୍ରଦାନ କରାଯିବ। ଛୋଟ ପିଲାମାନେ ନିଜ ପାରିପାଶ୍ୱର୍ିକ ଅଂଚଳରେ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ଏହାର ଉପଯୋଗୀତା ବିଷୟରେ ଏହି ଯାଦୁ ପେଡିରେ ଥିବା ଖେଳଣାରୁ ଶିକ୍ଷାଲାଭ କରି ପାରିବେ। ପିଲାମାନଙ୍କର ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନକୁ ବୃଦ୍ଧି କରିବା ପାଇଁ ଏହାର ଡିଜାଇନ କରାଯାଇଛି। ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ ଦ୍ୱାରା ଏହାକୁ ବିକଶିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଉକ୍ତ ବ୍ଳକରେ ୬୪ଟି ବିଦ୍ୟାଳୟକୁ ଏହି ଯାଦୁ ପେଡି ପ୍ରଦାନ କରାଯାଇଛି। ଯାଦୁ ପେଡି ଗୁଡିକ ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମାରେଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗଚ୍ଛିତ ହୋଇ ରହିଥିଲା। ପରବର୍ତୀ ସମୟରେ ଏହି ଯାଦୁ ପେଡିକୁ ପ୍ରତ୍ୟେକ ବିଦ୍ୟାଳୟର ଶିକ୍ଷକମାନେ ନିଜ ଗାଡିରେ ପରିବହନ କରି ନେଇଥିଲେ। ସରକାରଙ୍କ ନିୟମାନୁସାରେ ଯାଦୁ ପେଡି ଗୁଡିକୁ ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ପରିବହନ ଖର୍ଚ୍ଚ ବହନ କରାଯାଇ ପ୍ରତି ବିଦ୍ୟ।।ଳୟରେ ପହଂଚାଇବା କଥା। ଏହି ପେଡି ପହଂଚାଇବା ପାଇଁ ପରିବହନ ଖର୍ଚ୍ଚ ବାବଦକୁ ୨୨ହଜାର ୨୧୯ ଟଙ୍କା ପ୍ରଦାନ କରାଯାଇଛି। କିନ୍ତୁ ଗତ ଡିସେମ୍ବର-୨୦୨୫ରୁ ଏହି ଯାଦୁ ପେଡି ବଂଟନ ହୋଇଥିବା ବେଳେ ଏପର୍ଯ୍ୟନ୍ତ ପରିବହନ ଖର୍ଚ୍ଚ ମିଳି ନଥିବା କେତେକ ଶିକ୍ଷକ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ଏବିଷୟରେ ବ୍ଳକ ଶିକ୍ଷାଧିକାରୀ ଦିଲ୍ଲିପ କୁମାର ବଡପଣ୍ଡାଙ୍କୁ ପଚାରିବାରୁ ବିଦ୍ୟାଳୟଗୁଡିକୁ ଯାଦୁ ପେଡି ଯୋଗାଇଦେବା ବେଳେ ସେ ନାଉଗାଁରେ ଯୋଗ ଦେଇ ନଥିଲେ। କ’ଣ ହୋଇଛି ବୁଝିକି ଏହାର ସମାଧାନ କରାଯିବ ବୋଲି କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ