ଶ୍ରୀରାମ ନବମୀ କମିଟିର ସଦସ୍ୟ ଜୟନ୍ତ ପଣ୍ଡାଙ୍କ ପରଲୋକ

ବନ୍ତ, (ଚାନ୍ଦିନୀ ମହାନ୍ତି ):  ବନ୍ତ ଶ୍ରୀରାମ ନବମୀ କମିଟିର ସଦସ୍ୟ ତଥା ବିଜେପି କାର୍ଯ୍ୟକର୍ତ୍ତା ଜୟନ୍ତ କୁମାର ପଣ୍ଡା(୪୮)ଙ୍କର ରବିବାର ସକାଳେ ହୃଦଘାତରେ ପରଲୋକ ଘଟିଛି l ବନ୍ତ ଥାନା ଛକସ୍ଥିତ ବାସ ଭବନରେ ଶନିବାର ରାତିରେ ସେ ଖାଇପିଇ ଶୋଇଥିଲେ l ରବିବାର ସକାଳ ୯ଟା ପର୍ଯ୍ୟନ୍ତ ସେ ନଉଠିବାରୁ ପରିବାର ଲୋକେ କବାଟ ବାଡେଇ ଥିଲେ l ମାତ୍ର ସେ କବାଟ ନ ଖୋଲିବାରୁ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ l ପୋଲିସ ଉପସ୍ଥିତରେ କବାଟ ଭଙ୍ଗା ଯିବା ପରେ ରୁମ ଭିତରେ ତାଙ୍କର ମୃତ୍ୟୁ ଘଟି ଥିବା ଦେଖା ଯାଇଥିଲା l ମର ଶରୀରକୁ ବ୍ୟବଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିଲା l ବ୍ୟବଚ୍ଛେଦ ପରେ ତାଙ୍କ ମର ଶରୀରକୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ଅନ୍ତିମ ସତ୍କାର କରାଯାଇଥିଲା l ଏକମାତ୍ର ପୁଅ ଦୀନେଶ(୧୬) ମୁଖାଗ୍ନି ଦେଇଥିଲେ l ସେ ଜଣେ ମେଧାବୀ ଛାତ୍ର ଥିଲେ l ସେ ଏମ. ଟେକ କରିବା ପରେ ପ୍ରଥମେ ଗୁଣପୁରସ୍ଥିତ ଜି. ଆଇ. ଇ. ଟି ଇଞ୍ଜିନୟରିଂ କଲେଜରେ ଅଧ୍ୟାପକ ଏବଂ ପରେ ବାଙ୍ଗାଲୋରରେ ସଫ୍ଟ ୱାୟାର ଇଞ୍ଜିନୟର ଭାବେ ଚାକିରୀ କରିଥିଲେ l ଗତ ୫ ବର୍ଷ ହେବ ସେ ଚାକିରୀ ଛାଡି ଘରେ ରହୁଥଲେ l ସେ ଜଣେ ମିଷ୍ଟଭାଷୀ, ମେଳାପୀ ଓ ପରୋପକାରୀ ବ୍ୟକ୍ତି ଥିଲେ l ତାଙ୍କ ଅକାଳ ବିୟୋଗରେ ପରିବାର ବର୍ଗ ସମେତ ସମଗ୍ର ବ୍ଲକରେ ଶୋକର ଛାୟା ଖେଳି ଯାଇଛି l ତାଙ୍କର ଏକମାତ୍ର ପୁଅ ଦୀନେଶ ବାଲେଶ୍ୱର ଜିଲା ଝାଡ଼େଶ୍ୱରସ୍ଥିତ ଆବାସିକ ମହାବିଦ୍ୟାଳୟର ଯୁକ୍ତ ଦୁଇ ବିଜ୍ଞାନ ପ୍ରଥମ ବର୍ଷର ଛାତ୍ର ଅଟନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ