ଯୁଗ୍ମ ଜନ ଅଭିଯୋଗ ଶୁଣାଣି

ନାଉଗାଁ (ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର ଜ୍ୟୋତି ଫେଡରେସନ ସମ୍ମିଳନୀ କକ୍ଷରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ନାଉଗାଁ ବ୍ଲକ ପ୍ରଶାସନ ପକ୍ଷରୁ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶିବିରରେ ଜିଲ୍ଲ।।ପାଳ ଜେ ସୋନାଲ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଆପତି ଅଭିଯୋଗର ଶୁଣାଣି କରିଥିଲେ । ଶିବିରରେ ସମୁଦାୟ ୫୪ଟି ଅଭିଯୋଗ ପଂଜିକୃତ ହୋଇଥିଲା। ସେଥିମଧ୍ୟରୁ ଗ୍ରାମ୍ୟ ଓ ଗୋଷ୍ଠୀଗତ ସମସ୍ୟା ସଂପର୍କୀୟ ୭ଟି ଓ ବ୍ୟକ୍ତିଗତ ସମସ୍ୟା ସଂପର୍କୀୟ ୪୭ଟି ରହିଥିଲା। ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ଆବାସ ଯୋଜନା ସଂପର୍କୀୟ ୫ଟି, ଜମିଜମା ସମସ୍ୟା ସଂପର୍କୀୟ ୧୭ଟି, ପୋଲିସ ସହାୟତା ପାଇଁ ୧ଟି, ରାସନ କାର୍ଡ ସମସ୍ୟା ସଂପର୍କୀୟ ୧ଟି, ଭତା ପାଇବା ପାଇଁ ୩ଟି ଏବଂ ଅନ୍ୟାନ୍ୟ ୬ଟି ଅଭିଯୋଗର ଶୁଣାଣି କରାଯାଇଥିଲା । ସେଥିମଧ୍ୟରୁ ୧୪ଟି ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲା। ଅଭିଯୋଗ ଗୁଡିକ ମଧ୍ୟରେ ଥିଲା ଅଲଣା ଗ୍ରାମର ଗ୍ରାମବାସୀବୃନ୍ଦ କତା ଶିଳ୍ପ ଉପରେ ଅଭିଯୋଗ କରିଥିଲେ। ଅଭିଯୋଗ ମୁତାବକ ଏହି ଗ୍ରାମର ଗୃହଲକ୍ଷ୍ମୀ ସମବାୟ ସମିତି ଲିମିଟେଡ ଏକ କତା ଶିଳ୍ପ ଜନବସତି ପୂର୍ଣ୍ଣ ଅଂଚଳରେ କରିଛନ୍ତି। ପ୍ରତ୍ୟେହ କତାରୁ ବିଭିନ୍ନ ସାମଗ୍ରୀ ତିଆରି ହେଉଥିବାରୁ କତା ଗୁଣ୍ଡ ଉଡି ପରିବେଶ ପ୍ରଦୁଷଣ ହେଉଥିବା ଅଭିଯୋଗରେ ଦର୍ଶାଯାଇଛି। କୋରୁଅ ପଂଚାୟତ ବାଲିଗାଁର ଭିନ୍ନକ୍ଷମ କୈଳାସ ପରିଡାର ଆଧାର ନଥିବାରୁ ଡିଜିଟାଲ ଭିନ୍ନକ୍ଷମ ପ୍ରମାଣପତ୍ର ପାଇବାରୁ ବଂଚିତ ହୋଇଥିବା ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗ ଶୁଣାଣି କରି ଉପଜିଲାପାଳ ପ୍ରଶାନ୍ତ ତରାଇ ଯଥାଶୀଘ୍ର ଆଧାର ଉଠାଇବା ପାଇଁ ଆଧାର କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ଅଙ୍କିତ କୁମାର ବର୍ମା, ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟ, ମୁକ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଅକ୍ଷୟ ପିଲ୍ଲେ, ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ବିଡିଓ ନିରଞ୍ଜନ ପରିଡା, ତହସିଲଦାର ଅକ୍ଷୟ କୁମାର ବଡୁଙ୍କ ସହିତ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ ଓ କ୍ଷେତ୍ର ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତି ଅଭିଯୋଗ ଶୁଣାଣି କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ