ସାମ୍ବାଦିକଙ୍କୁ ଭୁବନେଶ୍ୱର ଗୌରବ ସମ୍ମାନ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିର ଠାରେ ରାଜଧାନୀ ସଂଗ୍ରାମୀ ସେବା ସଂଘର ନବମ ବାର୍ଷିକ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଆୟୋଜିତ ସ୍ୱତନ୍ତ୍ର ଉତ୍ସବକୁ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ଏଥିରେ ରାଜ୍ୟ ସ୍ୱାସ୍ଥ୍ୟ ଭରସା ସମିତିର ଲୋକ ସର୍ମ୍ପକ ଅଧିକାରୀ ଡଃ.ଉମାକାନ୍ତ ମହାପାତ୍ର, ବିଜେପି ନେତା ଜଗନ୍ନାଥ ପ୍ରଧାନ, ମହିଳା ଉଦ୍ୟୋଗୀ ସୃଷ୍ଟି ସୋମେନ୍, ସମାଜସେବୀକା ବନ୍ଦନା ହରିଚନ୍ଦନ, କଣ୍ଠଶିଳ୍ପୀ ଜୟଶ୍ରୀ ଧଳ ପ୍ରମୁଖ ଅତିଥି ଥିଲେ । ସଂଗ୍ରାମୀ ସେବା ସଂଘର ପ୍ରତିଷ୍ଠାତା ସମାଜସେବୀ ବାପୁ ଓଝା ମଞ୍ଚ ସଂଯୋଜନା କରିଥିଲେ । ଏହି ଅବସରରେ ସମାଜ ମଙ୍ଗଳ ହୁଣ୍ଡିରୁ ସଂଗୃହିତ ୩୫ ହଜାର ୨୦ ଟଙ୍କା ଅର୍ଥ ରାଶିକୁ କର୍କଟ ପିଡିତା ସ୍ୱାଲେହା ଆଞ୍ଜୁମଙ୍କୁ ପ୍ରଦାନ କରାଯାଇଥିଲା । ଭଦ୍ରକ ଜିଲା ବନ୍ତ ବ୍ଲକର ବରିଷ୍ଠ ସାମ୍ବାଦିକ ତଥା ରାଜ୍ୟ ସ୍ତରୀୟ ସାମାଜିକ ସଂଗଠନ ଆମ ପରିବାରର ମୁଖ୍ୟ ଉପଦେଷ୍ଟା ହେମନ୍ତ ସିଂହଙ୍କୁ ଭୁବନେଶ୍ୱର ଗୌରବ ସମ୍ମାନ ୨୦୨୫ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ସତ୍ୟବ୍ରତ ଜେନା, ତନ୍ମୟ ସାମନ୍ତରାୟ, ପ୍ରତାପ ସାହୁ, ପ୍ରାଚୁର୍ଯ୍ୟା ଦାସ ପ୍ରମୁଖ ସହଯୋଗ କରିଥିଲେ । ପ୍ରକାଶ ଥାଉକି, ରାଜ୍ୟ ସ୍ତରୀୟ ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ସଂଗଠନର ମୁଖ୍ୟ ଉପଦେଷ୍ଟା ପଦବୀରେ ରହି ସାଧୁ ସମାଜ, ଦୁର୍ବଳ ଶ୍ରେଣୀର ବ୍ୟକ୍ତି ବିଶେଷ, ଭିନ୍ନକ୍ଷମ ଓ କିନ୍ନର ସମାଜ ପାଇଁ କାର୍ଯ୍ୟ କରୁଥୁବାରୁ ଶ୍ରୀ ସିଂହଙ୍କୁ ଏହି ମର୍ଯ୍ୟଦା ଜନକ ରାଜଧାନୀ ଗୌରବ ସମ୍ମାନ ପ୍ରଦାନ କରାଯାଇଛି ।


