କାଳବୈଶାଖୀର ତାଣ୍ଡବ: ରାସ୍ତାରେ ଗଛ ପଡ଼ି ଅବରୋଧ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର ଆର୍ ଉଦୟଗିରି ଅଞ୍ଚଳରେ ଗତକାଲି କାଳବୈଶାଖୀର ତାଣ୍ଡବ ଦେଖା ଦେଇଛି. ଏଥିରେ ଅନେକ ଘରର ଛପର ଉଡି ଯାଇଛି. ପ୍ରବଳ ବେଗରେ ପବନ ବୋହିବା ଯୋଗୁଁ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତା ଉପରେ ପଡିବା ଯୋଗୁଁ ରାସ୍ତା ଅବରୋଧ ହୋଇଛି. କାଳବୈଶାଖୀ ପବନ ବର୍ଷାରେ ମହେନ୍ଦ୍ରଗଡରେ ଏକ ବିଶାଳ ଆମ୍ବଗଛ ଉପୁଡ଼ି ରାସ୍ତା ମଝିରେ ପଡି ପଡିଯାଇଥିଲା। ଯାହା ଫଳରେ ପ୍ରାୟ ବ୍ରହ୍ମପୁର ଠାରୁ ପାରଳାଖେମୁଣ୍ଡିକୁ ସଂଲଗ୍ନ କରୁଥିବା 326 ନଂ ଜାତୀୟ ରାଜପଥରେ ପ୍ରାୟ ୩ ଘଣ୍ଟା ଧରି ଯାନବାହାନ ଚଳାଚଳ ବନ୍ଦ ହୋଇଯାଇଥିଲା । ଘଟଣାସ୍ଥଳରେ ଆର. ଉଦୟଗିରି ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଗଛକୁ ରାସ୍ତାରୁ ହଟାଇଥିଲେ। ଏହାପରେ ଗାଡି ଚଳାଚଳ ସ୍ଵଭାବିକ ହୋଇଥିଲା।