ବିଧାୟକ ସ୍ୱର୍ଗତ ବିଶ୍ଵନାଥ ସାହୁ ଜନ୍ମ ଶତବାର୍ଷିକୀ କମିଟି ପକ୍ଷରୁ ବୈଠକ

 ଦିଗପହଣ୍ଡି(ଅଳକ ନାଥ ମିଶ୍ର) ପୂର୍ବତନ ବିଧାୟକ ବିଶ୍ଵନାଥ ସାହୁ ଜନ୍ମ ଶତବାର୍ଷିକୀ କମିଟି ପକ୍ଷରୁ ଏକ ବୈଠକ ମଙ୍ଗଳବାର ଦିଗପହଣ୍ଡି ଠାରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ କୋର୍ଟ କଲୋନୀ ସ୍ଥିତ ଖେମୁଣ୍ଡି ଚିତ୍ରକଳା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ବୈଠକରେ   ଶତବାର୍ଷିକୀ କମିଟି ଆବାହକ କବି ବୃନ୍ଦାବନ ପଣ୍ଡା ଅଧ୍ୟକ୍ଷତା କରିଥିଲେ।ରାଜ୍ୟ ତଥା ଗଞ୍ଜାମ ଜିଲ୍ଲା ର ସର୍ବବିଧ ବିକାଶ କ୍ଷେତ୍ରରେ ବିଧାୟକ ସାହୁ ଙ୍କ ଯୋଗଦାନ ଅବିସ୍ମରଣୀୟ।ଚାଷ ଓ ଚାଷୀ ଙ୍କ ସୁରକ୍ଷା ସମେତ ଜିଲ୍ଲା ର ବିଭିନ୍ନ ଜଳସେଚନ ପ୍ରକଳ୍ପ ପାଇଁ ଚାଷୀ ଆନ୍ଦୋଳନ ର ସେ ନେତୃତ୍ବ ନେଇଥିଲେ।ତାଙ୍କ ପ୍ରଚେଷ୍ଟା ରେ ଘୋଡ଼ାହାଡ଼ ଏବଂ ଗୋପାଳ ଗଣ୍ଡ,ରଘୁନାଥ ସାଗର, କୟାଁ ନାଳ,ଗଣିଆନାଳ ସେଚ ପ୍ରକଳ୍ପ ଭଳି ବହୁ ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରିଥିଲା। ତାଙ୍କ ଉଦ୍ୟମରେ  ଦିଗପହଣ୍ଡି ଓ ସାନଖେମୁଣ୍ଡି ଗ୍ରାମାଞ୍ଚଳ ମାନଙ୍କୁ ଘୋଡ଼ାହାଡ଼ ସେଚ ପ୍ରକଳ୍ପ କେନାଲ ସମ୍ପ୍ରସାରଣ କାର୍ଯ୍ୟ କରାଯାଇଥିଲା।ଗଞ୍ଜାମ ଜିଲ୍ଲା ର ବିଭିନ୍ନ ଅଞ୍ଚଳରେ ହାଇସ୍କୁଲ ଓ କଲେଜ ପ୍ରତିଷ୍ଠା  ର ସେ ପ୍ରମୁଖ ବିନ୍ଧାଣି ଥିଲେ। ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆସନ୍ତା ଜୁନ ୨୨ ତାରିଖରେ ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ରଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପ ରେ’ ପୂର୍ବତନ ବିଧାୟକ ସ୍ୱର୍ଗତ ବିଶ୍ଵନାଥ ସାହୁ ଙ୍କ ଜୀବନାଦର୍ଶ ‘ ସମ୍ପର୍କରେ ଆଲୋଚନା ଚକ୍ର ଏବଂ କବିତା ପାଠୋତ୍ସବ କରାଯିବା ସହ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବା ନିମନ୍ତେ ବୈଠକରେ ବିଧିବଦ୍ଧ ନିଷ୍ପତ୍ତି ଗୃହୀତ କରାଯାଇଥିଲା।ବିଶିଷ୍ଟ ସ୍ତମ୍ଭକାର ବିଘ୍ନେଶ୍ୱର ସାହୁ,ବୟୋବୃଦ୍ଧ ଚାଷୀ ନେତା ଶମ୍ଭୁ ପଣ୍ଡା,ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି(ଇସକଫ) ର ଗଞ୍ଜାମ ଜିଲା ସଭାପତି ହରପ୍ରସାଦ ରଥ, ଲୋକସେବା ପରିଷଦର ସମ୍ପାଦକ ତଥା ଆଇନଜୀବି କୁରେଶୁ ପଣ୍ଡା, ଆଇନଜୀବି ଅଶେଷ ନାଥ ମିଶ୍ର,ଗଜାନନ ତ୍ରିପାଠୀ,ସମାଜସେବୀ ତପନ କୁମାର ମିଶ୍ର,ସାମ୍ୱାଦିକ ବିନାୟକ ଦାସ ପ୍ରମୁଖ ବୈଠକରେ ଯୋଗଦେଇ ବିଭିନ୍ନ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ