ଡଅଁର ଗ୍ରାମରେ ସନ୍ତୋଷୀ ମାଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ କଳଶ ଯାତ୍ରା

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଡଅଁର ଗ୍ରାମରେ ସନ୍ତୋଷୀ ମାଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଆଜି କଳଶ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରତାପ ଦେଓଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ପ୍ରତିଷ୍ଠା ଉତ୍ସବ ପାଇଁ ଆଜି ସକାଳୁ ୧୦୮ କଳଶ ଯାତ୍ରା ଜଗନ୍ନାଥ ପୋଖରିରୁ ବାହାରି ଗ୍ରାମ ପରିକ୍ରମା କରିବା ପରେ ଯଜ୍ଞବେଦୀ ନିକଟରେ ସ୍ଥାପନ କରାଯାଇ ପୂଜାର୍ଚନା କରାଯାଇଛି। ମୁଖ୍ୟ ପଣ୍ଡିତ ସୁକାନ୍ତ କୁମାର ଦାଶ, ପୁରୋହିତ ନାରାୟଣ ପାଢ଼ୀ, ପଣ୍ଡିତ ପ୍ରହ୍ଲାଦ ଶୁକ୍ଳ, ଦିଲ୍ଲୀପ କୁମାର ପତି, କିଶୋର ଚନ୍ଦ୍ର ଶୁକ୍ଳ, ଅଜୟ କୁମାର ପାଣିଗ୍ରାହୀ, ମଦନ ମୋହନ ଶୁକ୍ଳ, ଅଶ୍ୱିନୀ ଅଗସ୍ଥି ବୈଷ୍ଣବ ପ୍ରମୁଖଙ୍କ ବେଦମନ୍ତ୍ରରେ ପୂଜାର୍ଚନା ଆରମ୍ଭ ହୋଇଛି। ପ୍ରଣତି ଦେଓ, ପ୍ରତାପ ଦେଓ ମୁଖ୍ୟ କର୍ତ୍ତା ଭାବେ ପୂଜାରେ ବସିଥିବା ବେଳେ  ଅର୍ଜୁନ ଦେଓ, ମାନସ କୁମାର ଦେଓ,ଶ୍ରୀନିବାସ ପହି, ଚନ୍ଦ୍ରମଣି ଦେଓ, ମୁନା ଜେନା, ହୃଦାନନ୍ଦ ଜେନା, ପ୍ରଶାନ୍ତ ଜେନା, ଅକ୍ଷୟ ଦାସ ସୁରେନ୍ଦ୍ର ଦାସ, ରବୀନ୍ଦ୍ର ଜେନା , ଅମିତ୍ ରଞ୍ଜନ ଦାସ, ସୁମି ଜେନା, ଭାସ୍କର ପହି, ପବିତ୍ର ଜେନା, ଗୟାଧର ନାୟକ, ଗଙ୍ଗାଧର ପହି, ଜଗବନ୍ଧୁ ଜେନା, ପ୍ରଦୀପ ଜେନା, ବିଷ୍ଣୁ ଜେନା, ହିମାଂଶୁ ଦେଓ, ସନ୍ତୋଷ ଦେଓ, ପପୁ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି। ତିନିଦିନ ଧରି ଏହି ପ୍ରତିଷ୍ଠା ଉତ୍ସବ ଚାଲିବାକୁ ଥିବାବେଳେ ଆଜି ଅଗ୍ନି ସ୍ଥାପନ, ଆବାହନ ଦେବାଦେବୀ ପୂଜା ଆଦି କରାଯାଇଥିବା ବେଳେ ଆସନ୍ତା କାଲି ସୂର୍ଯ୍ୟପୂଜା, ଧେନୁ ପୂଜା, ଦେବୀଙ୍କ ସ୍ନାନ, ନଗର ପରିକ୍ରମା, ମା’ଙ୍କ ମାଙ୍ଗଳିକ ପୂଜା ଆଦି କରାଯିବ। ଏହି ପ୍ରତିଷ୍ଠା ଉତ୍ସବ ରେ ଗାଁ ର ଆବାଳ ବୃଦ୍ଧ ବନିତା ସାମିଲ ହୋଇଥିବା ବେଳେ ପ୍ରତିଦିନ ସନ୍ଧ୍ୟାରେ ଭଜନ କୀର୍ତ୍ତନ କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ