କଲ୍ୟାଣସିଂହପୁର ହ୍ରାସ ପାଉଛି ଭୂତଳ ଜଳସ୍ତର

କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ): ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ୍‌ର ବିଭିନ୍ନ ଗ୍ରାମାଞ୍ଚଳରେ ଏବେ ଭୂତଳ ଜଳସ୍ତର ସାଂଘାତିକ ଭାବେ ହ୍ରାସ ପାଉଛି | ଖରା ଟାଣ ନହେଉଣୁ ବହୁ ମାତ୍ରାରେ ଜଳଶାୟର ପାଣି ଶୁଖିଗଲାଣି। ଫଳରେ ଆଗକୁ ଘୋର ଜଳ ସଙ୍କଟ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ଚେତାଇ ଦେଲାଣି ଗ୍ରୀଷ୍ମ ପ୍ରଭାହ।କିଛି ବର୍ଷ ପୂର୍ବେ ଭୂତଳ ଜଳ ସଂରକ୍ଷଣ ନିମନ୍ତେପଞ୍ଚାୟତ, ବ୍ଲକ, ଜଳ ସେଚନ ବିଭାଗ,ଜଲଛାୟା ପ୍ରକଳ୍ପ ବିଭିନ୍ନ ନାଳ,ଜଙ୍ଗଲ ଓ ସମତଳରେ ଜଳ ସଂରକ୍ଷଣ ପାଇଁ ଗତ ଖୋଳି କୋଟି କୋଟି ଟଙ୍କା ଖର୍ଚ୍ଚ କରିସାରିଲେଣି। ସେହିପରି ଗ୍ରାମ ପଞ୍ଚାୟତ ପକ୍ଷରୁ ନଲକୁଅ ନିକଟରେ ଇଟାରେ କୁଣ୍ଡ ନିର୍ମାଣ କରି ଥିଲେ ମଧ୍ୟ ତାର ଚିହ୍ନ ବର୍ଣ ନାହିଁ।ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ସେହି ନଳକୂପ ନିକଟରେ ସିମେଣ୍ଟ କୁଣ୍ଡ ନିର୍ମାଣ କରି ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ତାହା ଦେଖିବାକୁ ମିଳୁନି।ଅତ୍ୟଧିକ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ  ଏହା ଉପରେ କୌଣସି ପଦକ୍ଷେପ ନିଆଗଲାନି। ସାଧାରଣତଃ ବର୍ଷା ଜଳକୁ ପୋଖରୀ, ଗାଡ଼ିଆ, ନାଳ, କେନାଲ, ବନ୍ଧ ମାଧ୍ୟମରେ ସଂରକ୍ଷଣ କରାଯାଇଥାଏ। ଚଳିତ ବର୍ଷ ବର୍ଷା ଓ ବନ୍ୟା ଜଳ ସେମିତି ଭାବେ ସଂରକ୍ଷିତ ହୋଇ ପାରିନାହିଁ| ବର୍ଷା ଯେଉଁ ପରିମାଣରେ ହେବା କଥା ତାହା ମଧ୍ୟ ହୋଇଥିଲା । ସେହିପରି ଚଳିତ ବର୍ଷ କଲ୍ୟାଣସିଂହପୁର ବ୍ଲକ୍‌ରେ ୧୪ ଗୋଟି ପଞ୍ଚାୟତରେ ମାତ୍ର ଦୁଇ ପ୍ରତିଶତ ଜମିରେ ରବି ଋତୁରେ ଚାଷ ହୋଇଛି।ଏହି ବ୍ଲକରେ ଯେଉଁ ପରିମାଣର ପାଣି ଚାଷରେ ବିନିଯୋଗ ହେବାର କଥା ଉଠା ଜଳ ସେଚନ ପ୍ରକଳ୍ପ ବନ୍ଦ ରହିଥିବାରୁ ସେହି ଅନୁପାତରେ ପାଣି ଭୂ-ଗର୍ଭକୁ ଯାଇପାରୁନି। ସେହିପରି ଚାଷରେ ଯେତିକି ପାଣି ବିନିଯୋଗ ହୋଇଛି, ତା’ଠାରୁ ଯଥେଷ୍ଟ ଅଧିକ ସ୍ତରରେ ଉଦ୍ୟମ ନାହିଁ ।ମେଗା ପ୍ରକଳ୍ପକୁ ଚାହିଁ ଚାହିଁ ବ୍ଲକବାସୀଙ୍କ ତଣ୍ଟି ଶୁଖିଲାଣି। ଏକ ବିଶେଷଜ୍ଞ ଟିମ୍  ଭୂତଳ ଜଳ ପରୀକ୍ଷା ହୋଇଥିଲା। ଜଳ ନମୁନା ନେଇ ଲ୍ୟାବ୍‌ରେ ପରୀକ୍ଷା କଲା ପରେ ଜଣା ପଡ଼ିଥିଲାଯେ ବ୍ଲକର ସମସ୍ତ ଅଞ୍ଚଳରେ ଭୂତଳ ଜଳ ମଧୁର ଯୁକ୍ତ । ଏହି ପାଣି ପିଇବା ପଯୁକ୍ତ । ଗ୍ରୀଷ୍ମ ଋତୁ ଆସିଲେ ବ୍ଲକ୍‌ରେ ଭୂତଳ ଜଳସ୍ତର ୬୦ରୁ ୮୦ ଫୁଟ୍ ତଳକୁ ଖସି ଯାଇଛି। ସେଥିପାଇଁ ଛୋଟ ଛୋଟ ହ୍ୟାଣ୍ଡପମ୍ପ୍ ଅଚଳ ହୋଇପଡ଼ିଛି।ଏପଟେ ମେଗା ପାନୀୟଜଳ ଯୋଗାଣ ପ୍ରକଳ୍ପକୁ ଚାହିଁ ଚାହିଁ ଲୋକଙ୍କ ଗଳା ଶୁଖିଗଲାଣି। ଗ୍ରୀଷ୍ମ ଋତୁ ଆରମ୍ଭରୁ ଏମିତି ଅବସ୍ଥା ହେଲେ ଆଗକୁ ପିଇବା ପାଣି ସମସ୍ୟା ଉତ୍କଟ ହେବ ବୋଲି ଜଣାପଡ଼ୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ