ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ଓ କୃଷକ ଦିବସ
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ): କୃଷି ଭିତିକ ପର୍ବ ପବିତ୍ର ଅକ୍ଷୟ ତୃତୀୟା ନିମନ୍ତେ ଜିଲ୍ଲା ସ୍ତରୀୟ କୃଷକ ଦିବସ ଆଡମ୍ବର ସହ ଜିଲ୍ଲା ପ୍ରସାସନ ପକ୍ଷରୁ ଅନୁଷ୍ଠିତ ହୋଇ ଯାଇଛି। ରାୟଗଡା ଜିଲ୍ଲାର ଜିଲ୍ଲା ସ୍ତରୀୟ ଅକ୍ଷତୃତୀୟା କଲ୍ୟାଣସିଂହପୁର ବ୍ଲକ ସରକାରୀ କୃଷି ଫାର୍ମ ନାରାୟଣ ପୁର ନିକଟରେ ପାଳନ ହୋଇଯାଇଛି। ସେହିପରି ସି ଏମ କିସାନ ଯୋଜନା ନିମନ୍ତେ ଭରଛୁଆଲ ମଧ୍ୟରେ ବୈଠକ କଲ୍ୟାଣୀ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା।ପ୍ରଥମେ ସକାଳ ନଅଟା ସମୟରେ ରୀତିନୀତି ଅନୁଯାଇ ହୋମ ଯଜ୍ଞ କରାଯାଇ ଆଖି ମୁଠି ବୁଣି ଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ବିଦ୍ୟାଧର ସବର, ଉପାଧ୍ୟକ୍ଷା ମଞ୍ଜୁଳା ମିନିଆକା, ପୂର୍ବତନ ଉପାଧ୍ୟକ୍ଷ ବନମାଳୀ କାଡ୍ରାକା,ବିଷମକଟକ ବିଧାୟକ ନୀଳମାଧବ ହିକକା, ଜିଲ୍ଲା ସୂଚନା ଅଧିକାରୀ ବସନ୍ତକୁମାର ପ୍ରଧାନ ଓ ଜିଲ୍ଲା କୃଷି ଉପ ନିର୍ଦେଶକ ଏସ କେ ଏହାସାନ ଯୋଗଦେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନେକ କୃଷକ ଯୋଗ ଦେଇ ଥିବା ବେଳେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ଶବର ହଳ କରିହିବା ବେଳେ ଉପା ଅଧକ୍ଷା ଶ୍ରୀମତୀ ମିନିଆକା ଆଖିମୁଠି ବୁଣିଥିଲେ। ପରେ କଲ୍ୟାଣ ମଣ୍ଡପ ଠାରେ ମୁଖ୍ୟମନ୍ତ୍ରୀ କିସାନ ଯୋଜନାର ଶୁଭ ଆରମ୍ଭ କରିଥିଲେ। ଏଥିରେ ମହିଳା ଓ ପୁରୁଷ ଚାଷୀ ଉପସ୍ଥିତ ରହିଥିଲେ। ସିଏମ କିସାନ ଯୋଜନା କାର୍ଯ୍ୟକ୍ରମ ରେ ମହିଳା ସ୍ୱୟଂ ଶହାୟକ ଗୋଷ୍ଠୀ କୃଷକ, ମହିଳା ଓ ପୁରୁଷ ଚାଷୀ ଉପସ୍ଥିତଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ବହୁ ଅଧିକାରୀ ଯୋଗଦେଇ କାର୍ଯ୍ୟକ୍ରମ ସଫଳ କରିଥିବା ବେଳେ ବ୍ଲକ କୃଷି ଅଧିକାରୀ ସୁଜିତ କୁମାର ପାଢ଼ୀ ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଏଥିରେ ବହୁ ସରପଞ୍ଚ, ସମିତି ସଭ୍ୟ ଜିଲ୍ଲା ପରିଷଦ ସଭ୍ୟ, ବିଜେପି, କଂଗ୍ରେସ ଓ ବିଜେଡି କର୍ମୀମାନେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା।


