କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜା ପାଳନ କରୁଛି ଶହେ ବର୍ଷର ଐତିହ୍ୟ

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ): ଓଡ଼ିଶାର ପ୍ରସିଦ୍ଧ ‘ତୁଳସୀକ୍ଷେତ୍ର’ କେନ୍ଦ୍ରାପଡ଼ା ସହରରେ ଗଜଲକ୍ଷ୍ମୀ ପୂଜାର ଉତ୍ସାହ ଓ ପରମ୍ପରା ଅତ୍ୟନ୍ତ ସ୍ୱତନ୍ତ୍ର। ସହରର କୋଣ ଅନୁକୋଣରେ ଅନେକ ଆକର୍ଷଣୀୟ ତୋରଣ ଓ ଆଲୋକମାଳା ମଧ୍ୟରେ ମା’ ଲକ୍ଷ୍ମୀଙ୍କ ଆରାଧନା ଚାଲିଥିବା ବେଳେ ଏହା ଏକ ଅନନ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। କାରଣ ଏହା ଶହେ ବର୍ଷର ଐତିହ୍ୟ ପାଳନ କରୁଥିବା ବେଳେ କେନ୍ଦ୍ରାପଡାର ଗଜଲକ୍ଷ୍ମୀ ପୂଜା ଐତିହାସିକ ଗୌରବ ବହନ କରୁଛି। ଏହି ଅବସରରେ ବିଶିଷ୍ଟ ସମାଜସେବୀ ସମୀର କୁମାର ଚାନ୍ଦ ସମସ୍ତ ପୂଜା କମିଟି କର୍ମକର୍ତ୍ତା ଓ ଜନସାଧାରଣଙ୍କୁ ମା’ଲକ୍ଷ୍ମୀଙ୍କ ମେଲଣ ଓ ଭଷାଣୀ ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ