ଖଦାଳ ଖଟେଇ ବୁଗୁଡା ବ୍ଲକ ଓ କେ.ତ୍ରିଲୋଚନ ଦୋରା ବୁଗୁଡା ଏନଏସିର ବିଜେଡି ସଭାପତି

ବୁଗୁଡା, (ଅନୀଲ କୁମାର ମହାରଣା) : ରାଜ୍ୟ ବିଜୁ ଜନତା ଦଳର ୧୮-୦୨-୨୬ ତାରିଖର ପତ୍ର ସଂଖ୍ୟା ୩୭/୦୨/ଏସବି/ବିଜେଡି/୨୦୨୬ ପ୍ରକାରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଓ ବୁଗୁଡା ଏନଏସି ପାଇଁ ସଭାପତିଙ୍କ ନାମ ପ୍ରକାଶ କରିଛନ୍ତି। ବୁଗୁଡା ବ୍ଳକର ସଭାପତି ଭାବେ ଖଦାଳ ଖଟେଇଙ୍କୁ ମନୋନୀତ କରିଥିବା ବେଳେ ବୁଗୁଡା ଏନଏସି ସଭାପତି ଭାବେ କେ.ତ୍ରିଲୋଚନ ଦୋରାଙ୍କୁ ମନୋନୀତ କରିଛନ୍ତି। ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ବ୍ଲକ ସଭାପତି ଭାବେ ଶ୍ରୀ ଖଟେଇ ଓ ନଗର ସଭାପତି ଭାବେ ଶ୍ରୀ ଦୋରା ଙ୍କୁ ମନୋନୀତ କରିଥିବା ଯୋଗୁଁ ବିଜେଡି କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି। ଶ୍ରୀ ଖଟେଇ ଓ ଶ୍ରୀ ଦୋରା ଉଭୟେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହ ଯେଉଁ ଗୁରୁ ଦାୟିତ୍ୱ ପ୍ରଦାନ କାରାଯାଇଛି ତାହାକୁ ସୁଚାରୁଭାବେ ପରିଚାଳନା କରିବା ସହ ଦଳକୁ ମଜଭୁତ କରିବା ପାଇଁ ଆନ୍ତରିକ ଉଦ୍ୟମ କରିବାକୁ ପ୍ରକାଶ କରିଛନ୍ତି। ଏଥି ସହ ସେ ଦୁହେଁ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ସମେତ ଗଞ୍ଜାମ ଜିଲ୍ଲାର ବିଜେଡି କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଓ ଭଗବାନ ଗନ୍ତାୟତଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ