ଭୀଷ୍ମଗିରି କଲେଜ ରେ ସଭାପତି ହେଲେ କୃଷ୍ଣଚନ୍ଦ୍ର , ଜିତେନ୍ଦ୍ର – ସମ୍ପାଦକ
ଦିଗପହଣ୍ଡି (ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମସ୍ଥିତ ରାମଜୀ କଲେଜ ଛାତ୍ର ସଂସଦ ସଭାପତି ଭାବେ କୃଷ୍ଣଚନ୍ଦ୍ର ଗୌଡ଼ ବିଜୟୀ ହୋଇଛନ୍ତି।ଉପସଭାପତି – ତ୍ରିଲୋଚନ ଡାକୁଆ, ସାଧାରଣ ସମ୍ପାଦକ ଭାବେ ଜିତେନ୍ଦ୍ର ସେଠୀ, ସହ ସମ୍ପାଦକ – ସ୍ବାଗତ ପାତ୍ର, କ୍ରୀଡା ସମ୍ପାଦକ – ଶାନ୍ତନୁ ସାହୁ,କ୍ରୀଡା ସହ ସମ୍ପାଦକ – ଚନ୍ଦନ ଗୌଡ଼, ।ନାଟ୍ୟ ସଂସଦ ସମ୍ପାଦକ ଭାବେ ଶୁଭମ୍ ସାହୁ ଜୟଯୁକ୍ତ ହୋଇଥିବା କଲେଜ ଅଧ୍ୟକ୍ଷ ନିହାର ରଞ୍ଜନ କର ଏବଂ ନିର୍ବାଚନ ପରିଚାଳନା କମିଟି ଆବାହକ ତଥା ଅଧ୍ୟାପକ ଦେବଦତ୍ତ ପଣ୍ଡା ଜଣାଇଛନ୍ତି। ଏନେଇ ବିଳମ୍ବିତ ସନ୍ଧ୍ୟାର କଲେଜ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।


