ଗୁଣପୁର କଲେଜ ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳର କ୍ଲିନ ସୁଇପ
ଗୁଣପୁର (ୱାଇଏନଏସ) ଗୁଣପୁର କଲେଜ ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳର ସମର୍ଥିତ ସମସ୍ତ ପ୍ରାର୍ଥୀମାନେ ବାଜିମାତ ମାରିଛନ୍ତି। ସେମାନେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓ କଂଗ୍ରେସ ଦଳ ସମର୍ଥିତ ପ୍ରାର୍ଥୀମାନଙ୍କ ଠାରୁ ଅଧିକା ଭୋଟ ପାଇ ଵିଜୟ ଲାଭ କରିଛନ୍ତି। ସଭାପତି ପଦବୀ ପାଇଁ ଅନୁଷ୍ଠିତ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳର ସମର୍ଥିତ ପ୍ରାର୍ଥୀ ପ୍ରବୀଣ ସାହୁ ଏବଂ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସମର୍ଥିତ ପ୍ରାର୍ଥୀ ଚିନ୍ମୟୀ ଶବରଙ୍କ ମଧ୍ୟରେ କଢ଼ା ମୁକାବିଲା ହୋଇଥିଲା। ମାତ୍ର ୮ ଟି ଭୋଟ ଅଧିକା ଭୋଟ ପାଇ ବିଜୁ ଛାତ୍ର ଜନତା ଦଳର ପ୍ରବୀଣ ସାହୁ ବିଜୟ ହାସଲ କରିଥିଲେ। ପ୍ରବୀଣ ମୋଟ ୪୪୧ ଭୋଟ ପାଇଥିବା ବେଳେ ଅଖିଳ ଭାରତୀୟ ଵିଦ୍ୟାର୍ଥୀ ପରିଷଦର ସମର୍ଥିତ ପ୍ରାର୍ଥୀ ଚିନ୍ମୟୀ ଶବରଙ୍କୁ ୪୩୩ ଖଣ୍ଡ ଭୋଟ ମିଳିଥିଲା। ସେହିପରି କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଶୁଭମ ଶବରଙ୍କୁ ୨୯୩ ଖଣ୍ଡ ଭୋଟ ମିଳିଛି। ସେହିପରି ଉପ-ସଭାପତି ପ୍ରାର୍ଥୀ ରାଜେଶ ହରିଜନ ୪୪୪ ଭୋଟ୍ ପାଇ ବିଜୟ ହାସଲ କରିଥିବା ବେଳେ ତୁମୁଳା ଯଶବନ୍ତ ୩୬୭ ଭୋଟ ଏବଂ ହେବାଲ ଗମାଙ୍ଗଙ୍କୁ ୩୩୩ ଟି ଭୋଟ ମିଳିଥିଲା। ସାଧାରଣ ସମ୍ପାଦକ ରୂପେ ବିଜୟ ହାସଲ କରିଥିବା ମନୋଜ ଶବରଙ୍କୁ ୪୪୧ ଭୋଟ୍ ପାଇ ବିଜୟ ହାସଲ କରିଥିବା ବେଳେ ନିକଟତମ ପ୍ରତିଦ୍ଵନ୍ଦି ଆଦିତ୍ୟ ପାଢ଼ୀଙ୍କୁ ୩୭୦ ଭୋଟ ଏବଂ ମାମାଲି ଗୌଡ଼ଙ୍କୁ ୩୩୪ ଭୋଟ ମିଳିଛି। ଅପର ପକ୍ଷରେ ସହ-ସମ୍ପାଦକ ପଦବୀରେ ମହିଳା ପ୍ରାର୍ଥୀ ଏସ. ଶ୍ରୀ ଲକ୍ଷ୍ମୀ ୪୫୦ ଭୋଟ୍ ପାଇ ବିଜୟ ହାସଲ କରିଥିବା ବେଳେ ସ୍ମୃତିମୟୀ ସେନାପତି ୩୯୮ ଭୋଟ ଏବଂ ସୌଦାମିନୀ ପାତିକାଙ୍କୁ ୨୯୮ ଖଣ୍ଡ ଭୋଟ ମିଳିଛି।
ଅପର ପକ୍ଷରେ
କ୍ରୀଡ଼ା ପରିଷଦ
ସମ୍ପାଦକ: ଦେବରାଜ ତାରେଇ (୪୩୩ ଭୋଟ୍)
ସହ-ସମ୍ପାଦକ: ଦୁର୍ଗା ପ୍ରସାଦ ପଣ୍ଡା (୩୬୮ ଭୋଟ୍)
ନାଟ୍ୟ ପରିଷଦ
ସମ୍ପାଦକ: ହେମନ୍ତ କୁମାର ସାବର (୫୮୨ ଭୋଟ୍)
ସହ-ସମ୍ପାଦକ: ନିଖିଲ କୁମାର ଗୋମାଙ୍ଗୋ (୫୦୪ ଭୋଟ୍)
ସାହିତ୍ୟ ପରିଷଦ
ସମ୍ପାଦକ: ସୁଭମ ସାହୁ (୪୩୯ ଭୋଟ୍)
ସହ-ସମ୍ପାଦକ: ଜ୍ୟୋତିନ୍ଦ୍ରନାଥ ନାୟକ (୪୯୧ ଭୋଟ୍)
ଡିଏସଏ ଏବଂ କମନ ରୁମ
ସମ୍ପାଦକ: ନିଶାରାଣୀ ପାଣିଗ୍ରାହୀ (୪୩୧ ଭୋଟ୍)
ସହ-ସମ୍ପାଦକ: ଅମିଶା ସାବର (୫୭୯ ଭୋଟ୍)
ମାନବିକତା ପରିଷଦ
ସମ୍ପାଦକ: ସୁଭଶ୍ରୀ ଦାସ (ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ)
ସହ-ସମ୍ପାଦକ: ସରୋଜ ପରିଛା (୩୦୯ ଭୋଟ୍)
ବିଜ୍ଞାନ ପରିଷଦ
ସମ୍ପାଦକ: ଶାନ୍ତି ପାଲକା (୧୪୯ ଭୋଟ୍)
ସହ-ସମ୍ପାଦକ: ସୁଭମ ସାହୁ (୧୬୧ ଭୋଟ୍)
ବାଣିଜ୍ୟ ପରିଷଦ
ସମ୍ପାଦକ: ରିଙ୍କି ମହାନନ୍ଦିଆ (ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ)
ସହ-ସମ୍ପାଦକ: ମୁନା ପ୍ରଧାନୀ (୩୫ ଭୋଟ୍) ଭୋଟ ପାଇ ବିଜୟ ହାସଲ କରିଛନ୍ତି। ଗୁଣପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ବି ଶ୍ରୀହରି ପଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ଵବୋଧନରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ତଥା ଉପଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲ୍ଳୀପ ଉଭୟ ଭୋଟ ଗ୍ରହଣ ଏବଂ ଗଣତି ରେ ନିଜେ ଉପସ୍ଥିତ ରହି ଛାତ୍ର ସଂସଦ ନିର୍ବାଚନକୁ ତଦାରଖ କରିଥିଲେ। ନିର୍ବାଚନକୁ ଦୃଷ୍ଟିରେ ବ୍ୟାପକ ପୁଲିସ ମୃତୟନ କରାଯାଇଥିବା ବେଳେ ଗୁଣପୁର ଆଦର୍ଶ ଥାନା ଆଇଆଇସି କେକେବିକେ କହଁର ଆଇନ ଶୃଙ୍ଖଳା ପରିସ୍ଥିତି ତଦାରଖ କରିଥିଲେ। ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟର ଡେ଼ପୁଟି କଲେକ୍ଟର ଶୁଭ୍ରସ୍ନାତ ରାଉତ, ତହସିଲଦାର ଲୀଳାବତୀ ଆଚାର୍ଜି ପ୍ରମୁଖ ସହଯୋଗ କରିଥିଲେ। ସମସ୍ତ ବିଜେତା ଛାତ୍ରଛାତ୍ରୀଙ୍କୁ ରାଜ୍ୟ ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରୀ ସଭାପତି ବିଷ୍ଣୁ ପ୍ରସାଦ ପଣ୍ଡା ଶୁଭେଚ୍ଛା ଜ୍ଞାପନ କରିଛନ୍ତି।


