ଧାନ ପ୍ୟାକେଟ ପିଛା ୯ ଶହ ଟଙ୍କା ନେଉଛନ୍ତି ଲ୍ୟାମ୍ପସ, ଚାଷୀଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ
ମୋହନା(ଓ୍ବାଇଏନଏସ) :ସରକାରି ନିର୍ଦ୍ଧାରିତ ଦର ଠାରୁ ଚାଷୀଙ୍କୁ ଅଧିକ ଦରରେ ଧାନ ବିହନ ବିକ୍ରି କରୁଛି ଲ୍ୟାମ୍ପ । ଏଭଳି ଅଭିଯୋଗ ଆସିଛି ଗଜପତି ଜିଲ୍ଲା ମୋହନା ସ୍ଥିତ ଲ୍ୟାମ୍ପ କାର୍ଯ୍ୟାଳୟରେ । ଚାଷୀ ଚଳିତ ବର୍ଷ ଲ୍ୟାମ୍ପରୁ ୨୦ କେଜି ବୀନା କିସମ ଧାନ ବିହନ ପିଛା ୯ ଶହ ଟଙ୍କା ଦରରେ କିଣୁଛନ୍ତି ଚାଷୀl । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ପ୍ୟାକେଟ ପିଛା ଶହେ ଟଙ୍କା ଅଧିକ ଦରରେ ବିହନ କିଣୁଛନ୍ତି ଚାଷୀ । ଚଳିତ ବର୍ଷ ମୋହନା ଲ୍ୟାମ୍ପ ସଂସ୍ଥା ପ୍ୟାକେଟ ପିଛା ୯ସହ ଟଙ୍କା ଦରରେ ଧନ ବିହନ ବିକ୍ରି କରୁଛନ୍ତି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ବିହନ କିଣିବା ପରେ ସବସିଡି ଟଙ୍କା ମଧ୍ୟ ମିଳୁ ନ ଥିବା ଅଭିଯୋଗ କରିଛନ୍ତି । ଏ ନେଇ ଲ୍ୟାମ୍ପ ଏମଡି କହିଚନ୍ତି, ଆମେ ପକେଟ୍ ପିଛା ୮୭୫ ଟଙ୍କା ଦରେ କିଣିଚ୍ଛି । ପରିବହନ ଖର୍ଚ୍ଚ ବାବଦକୁ ୨୫ ଟଙ୍କା ମିଶାଇ ୯ ଟଙ୍କା ଚାଷୀଙ୍କ ଠାରୁ ନେଉଛୁ । କିନ୍ତୁ ଜିଲ୍ଲା ବିହନ ଉତ୍ପାଦକ ଅଧିକାରୀ କହିଛନ୍ତି, ପାରଳାଖେମୁଣ୍ଡି ରୁ ପ୍ୟାକେଟ ପିଛା ୭୭୫ ଟଙ୍କା ଦରରେ ଲ୍ୟାମ୍ପକୁ ଧାନ ବିହନ ଦିଆଯାଇଛି । ସେମାନେ ଚାଷୀଙ୍କୁ ୮୨୫ ଟଙ୍କା ଦରରେ ବିକ୍ରୀ କରିବା ଉଚିତ୍ । ଅନ୍ୟ ପଟେ ବ୍ଲକ୍ କୃଷି ଅଧିକାରୀ କହିଛନ୍ତି, ସରକାରୀ ନିର୍ଦ୍ଧାରିତ ଦର ୮୨୫ ଟଙ୍କା ରହିଛି , ସେଥିରୁ ଟଙ୍କାଟିଏ ବି ଅଧିକ ନେବା ଉଚିତ୍ ନୁହେଁ , ଯଦି ନେଉଛନ୍ତି ତେବେ ତାହା ବେଆଇନ ଅଟେ। ଅଭିଯୋଗନୂଜାୟୀ ଲ୍ୟାମ୍ପ୍ କୁ ଚେତାବନୀ ଦିଆଯାଇଛି , ଯଦି ଆଗକୁ ଏହିଭଳି ଭୁଲ୍ କରନ୍ତି, ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ମୂଖ୍ୟ କୃଷି ଅଧିକାରୀଙ୍କୁ ଚିଠି କରାଯିବ ସରକାରୀ ନିର୍ଦ୍ଧାରିତ ଦରଠାରୁ ଅଧିକ ଦରରେ ଚାଷୀଙ୍କୁ ବିହନ ବିକ୍ରିକରିବା ଅଭିଯୋଗ ପରେ କିଛି ଚାଷୀଙ୍କୁ ଡାକି 75ଟଙ୍କା ଜାଗା ରେ 50ଟଙ୍କା ଫେରାଇଛନ୍ତି ଲ୍ୟାମ୍ପର ଏମ.ଡି। ଗଜପତି ଜିଲ୍ଲା ମୋହନା ସ୍ଥିତ ବହୁମୁଖୀ କୃଷି ସମବାୟ ସଂସ୍ଥା ବା ଲ୍ୟାମ୍ପସ୍ ସଂସ୍ଥା ତରଫରୁ ଚାଷୀଙ୍କୁ ଧାନ ବିହନ ୨୦ କେଜି ଧାନ ବିହନ ପିଛା ୮ ଶହ ୨୫ ଟଙ୍କା ଦରରେ ଚାଷୀଂକୁ ଯୋଗାଇବାର ନିୟମ ରହିଥିବା ବେଳେ ସମ୍ପୃକ୍ତ ଲ୍ୟାମ୍ପସ ସଂସ୍ଥା ଏମଡି ୯ ଶହ ଟଙ୍କା ଡରରେ ଚାଷୀଙ୍କୁ ବିହନ ବିକ୍ରି କରିଥିଲେ। ଯାହାକୁ ନେଇ ଅଂଚଳର ଚାଷୀ ମାନେ ଅସନ୍ତୋଷ ଦେଖା ଯିବା ସହ ଚାଷୀମାନେ ବ୍ଲକ କୃଷି ଅଧିକାରୀ ଙ୍କ ଠାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ କୃଷି ଅଧିକାରୀ ଚାଷୀ ମାନଙ୍କୁ ଟଙ୍କା ଫେରାଇ ବାକୁ ଲ୍ୟାମ୍ପସର ଏମ.ଡିଙ୍କୁ ନିର୍ଦେଶ ଦେଇଥିଲେ l ଘଟଣା ପରେ ଲ୍ୟାମ୍ପସ ର ଏମଡ଼ି କିଛି ଚାଷୀ ମାନଙ୍କୁ ଡାକି ଟଙ୍କା ଫେରସ୍ତ କରିଛନ୍ତି। ଗୋଟିଏ ପଟେ ସରକାର ଚାଷୀଙ୍କୁ ସୁଲଭ ଦରରେ ବିହନ ଯୋଗାଇବାର ବ୍ୟବସ୍ଥା କରିଥିବା ବେଳେ ଲାଭଖୋର ସରକାରୀ କର୍ମଚାରୀ ଙ୍କ ଯୋଗୁଁ ନିରୀହ ଚାଷୀ ଶୋଷଣ ର ଶିକାର ହେଉଛନ୍ତି ମୋହନା ଲେମ୍ପ ର ଏମଡି ନିଜ ଘର ମୋହନା ହେଇଥିବା ବେଳେ ଆଜକୁ 12ବର୍ଷ ରୁ ଉର୍ଦ୍ଧ ହେଲା ମୋହନା ଲେମ୍ପ ରେ ଏମଡି ଭାବେ ରହିଛନ୍ତି ଏହା ସହ କିଛି ନିଜ ଲୋକଙ୍କୁ ବିନା ପ୍ରଚାର ପ୍ରସାର ରେ ନିଯୁକ୍ତି ଦେଇଛନ୍ତି ଏପରିକି ଅନେକ ସମୟ ରେ ଏମଡି ବିଳମ୍ବ ରେ କାର୍ଯ୍ୟାଳୟ ଆସୁଛନ୍ତି ସବୁ ଜାଣି ଜିଲ୍ଲା ଅଧିକାରୀ ନିରବ ଯାହା ଦ୍ୱାରା ଚାଷୀ ହନ୍ତସନ୍ତ ହେଉଛନ୍ତି ଉପ ମୁଖ୍ୟମନ୍ତ୍ରୀ ଏଥି ପ୍ରତି ଦୃଷ୍ଟି ଦେଇ ଉକ୍ତ ଏମଡି ଙ୍କୁ ଏଠୁ ଅନ୍ୟତ୍ର ବଦଳି କରିବା ସହ ଚାଷୀଙ୍କ ଙ୍କ ଅର୍ଥ ଲୁଟ କରିଥିବା ଅଭିଯୋଗ ରେ ଭିଜେଲାନ୍ସ ତଦନ୍ତ ପାଇଁ ଦାବି କରିଛନ୍ତି ଚାଷୀ କୁଳ।