ପାନୀୟ ଜଳ ଯୋଗାଣ ଆଲୋଚନା ଚକ୍ର
କଟକ(ଓ୍ବାଇଏନଏସ): ସବୁ ଶ୍ରେଣୀର ଲୋକ ଯେପରି ବିଶୁଦ୍ଧ ପାନୀୟ ଜଳ ପାଇ ପାରିବେ ସେ ଦିଗରେ ସମ୍ମିଳିତ ଉଦ୍ୟମ କରାଯିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରାଯାଇଛି। ହୋପ ଏଜ ଟ୍ରଷ୍ଟ ପକ୍ଷରୁ ଗତ କାଲି ସିଡିଏ ସେକ୍ଟର-୭ ସ୍ଥିତ ଆଶ୍ରୟ ଦି ସେଲଟର ପରିସରରେ ଆୟୋଜିତ ଏକ ଆଲୋଚନା ଚକ୍ର ରେ ଯୋଗ ଦେଇ ଫିଟ ଓଡିଶା ମିଶନ ର ଯୁଗ୍ମ ପ୍ରତିଷ୍ଠାତା ପ୍ରତ୍ୟୁଷ କୁମାର ମହାକୁଳ କହିଲେ ଯେ ଦୂଷିତ ଜଳ ପାନ କରି ଦେଶ ରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ବିଭିନ୍ନ ବ୍ୟାଧି ରେ ଆକ୍ରାନ୍ତ ହୋଇ ଅକାଳରେ ପ୍ରାଣ ହରାଉଛନ୍ତି। ଏହାର ପ୍ରତିକାର ପାଇଁ ବ୍ୟାପକ ଜନ ସଚେତନତା ସୃଷ୍ଟି କରାଯିବା ସହ ନିର୍ମଳ ତଥା ବିଶୁଦ୍ଧ ଜଳ ଯୋଗାଣ ଉପରେ ସେ ଗୁରୁତ୍ୱ ଦେଇଥିଲେ। ଟ୍ରଷ୍ଟ ମ୍ୟାନେଜିଙ୍ଗ ଟ୍ରଷ୍ଟି ଡ଼ଃ ସତ୍ୟ ରାୟ, ସଭାପତି କିଶୋର ଶତପଥୀ,ପୃଷ୍ଠପୋଷକ ଉତ୍କଳ ଭୂଷଣ ରାଉତରାୟ, ସଂପାଦକ ରଣଜିତ ସାହୁ, ଡ଼ଃ ସୁଚେତା ଜେନା, ବି ସି ହୋତା, ଆର ଏନ ମିଶ୍ର,ଇଂ କେ କେ ଦାସବର୍ମା, ସୁଜାତା ପଟ୍ଟନାୟକ, ପ୍ରମିଳା ଦାସବର୍ମା,ଡାକ୍ତର ଜି ବି ସାହୁ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।


