ଶିବ ମନ୍ଦିର ପୁନରୁଦ୍ଧାର କାର୍ଯ୍ୟର ଶିଳାନ୍ୟାସ

ବଲାଙ୍ଗିର (ଓ୍ବାଇଏନଏସ): ସଦର ବ୍ଲକ ଅନ୍ତର୍ଗତ ବାରପୁଡ଼ୁଗିଆ ଗ୍ରାମସ୍ଥିତ ପ୍ରାଚୀନ ଶିବ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟର ଶିଳାନ୍ୟାସ ମାନ୍ୟବର ବିଧାୟକ ଶ୍ରୀ କଳିକେଶ ନାରାୟଣ ସିଂହଦେଓଙ୍କ କରକମଳରେ ଶୁଭାରମ୍ଭ ହୋଇଯାଇଛି। ମନ୍ଦିରର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠିରୁ ୧୦ ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର ହୋଇଥିବା ବିଧାୟକ ସୂଚନା ଦେଇଥିଲେ। ଏହି ଅବସରରେ ବିଧାୟକ କହିଥିଲେ ଯେ, ମନ୍ଦିରର ପୁନରୁଦ୍ଧାର ଏକ ମହତ୍‌ କାର୍ଯ୍ୟ। ଏହା ଶୀଘ୍ର ସମ୍ପୂର୍ଣ୍ଣ ହେଲେ ଅଞ୍ଚଳବାସୀ ଦଳମତ ନିର୍ବିଶେଷରେ ଏକତାର ସୂତ୍ରରେ ଆବଦ୍ଧ ହେବା ସହ ସାମୂହିକ ଉନ୍ନତିରେ ଏହା ସହାୟକ ହେବ। ପବିତ୍ର ଶ୍ରାବଣ ମାସରେ ମହାଦେବଙ୍କ ସ୍ୱତନ୍ତ୍ର ପୂଜାପାର୍ବଣ ଅବସରରେ ଏହି ଶୁଭ କାର୍ଯ୍ୟରେ ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇଥିଲେ। ସମସ୍ତଙ୍କ ମଙ୍ଗଳ କାମନା କରିବା ସହ ଏକ ସୁନ୍ଦର ଓ ଭବ୍ୟ ମନ୍ଦିର ନିର୍ମାଣରେ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବାକୁ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ। କାର୍ଯ୍ୟକ୍ରମରେ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଗୋଲାପ ବାଗ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସଂସ୍କୃତ ଗବେଷକ ଡ. ସୁରେଶ ଚନ୍ଦ୍ର ଷଡ଼ଙ୍ଗୀ ମନ୍ଦିର ନିର୍ମାଣ ଦ୍ୱାରା ଅଞ୍ଚଳରେ ସୁଖ, ଶାନ୍ତି ଓ ଭାଇଚାରାର ପରିବେଶ ସୃଷ୍ଟି ହୋଇଥିବା କହିବା ସହ ଏହି ଭାଇଚାରାକୁ ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ। ନିମାଇଁ ଚରଣ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାକୁ ଜୟକୃଷ୍ଣ ମିଶ୍ର ସଂଯୋଜନା କରିଥିଲେ। ଏହି ଅବସରରେ ବ୍ଲକ ଅଧ୍ୟକ୍ଷା ସରିତା ବାଗ, ସହ-ଅଧ୍ୟକ୍ଷା ପୁଷ୍ପାଞ୍ଜଳି ହୋତା, ସମିତି ସଭ୍ୟା ଶକୁନ୍ତଳା କାଲସାଏ, ପ୍ରଦ୍ୟୁମ୍ନ ହୋତା, ସମିତି ସଭ୍ୟା, କୈଳାସ ମହାନ୍ତି ଓ ନିହାର ରଞ୍ଜନ ସ୍ୱାଇଁ ପ୍ରମୁଖ ମଞ୍ଚାସୀନ ଥିଲେ। ସେହିପରି ସଦାନନ୍ଦ ମହଲା, ପରମେସ୍ୱର ନାଏକ, ସନ୍ତୋଷ ନାରାୟଣ ମିଶ୍ର, ଲବ ବାଗ, ସଞ୍ଜୟ ନାଏକ, ବିଶ୍ୱରାଜ ସାଏ, ଚୈତନ୍ୟ ସା, ଘାସିରାମ ଭୋଇ, ଗିରିଧାରୀ କାଲସାଏ, ଗଦନ ସାହୁ, ରମେଶ ମହଲା, ଅନିଲ ସେଠ୍, ରିଙ୍କୁ ନାଏକ, ବଳରାମ ନାହାକ, ଭରତ ବରିହା, ରାଜୀବ ସାହୁ, କୃଷ୍ଣଚନ୍ଦ୍ର ମାହାର ଓ ଶଙ୍କର ଜାଲଙ୍କ ସମେତ ଶତାଧିକ ଅଞ୍ଚଳବାସୀ ଉପସ୍ଥିତ ଥିଲେ। ଏହି ଅବସରରେ ଅଞ୍ଚଳବାସୀଙ୍କ ପକ୍ଷରୁ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପାଇଁ ମିନି ଷ୍ଟାଡିୟମ, ଲାଇବ୍ରେରୀ ହଲ୍, କମ୍ପ୍ୟୁଟର ଶିକ୍ଷା ଏବଂ ବେଞ୍ଚ-ଡେସ୍କ ବ୍ୟବସ୍ଥା କରିବା ନିମନ୍ତେ ପଦକ୍ଷେପ ନେବାକୁ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ