ଦୃଷ୍ଟିବାଧିତ ବିଦ୍ୟାଳୟରେ ସମାଜସେବୀ ମମତାଙ୍କୁ ଶ୍ରଦ୍ଧାଞ୍ଜଳୀ

କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):ସମାଜସେବୀ ମମତା ରାଉତଙ୍କ ଦ୍ୱାଦଶାହ ଅବସରରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି। କେନ୍ଦ୍ରାପଡା ସହରର ଅଯୋଦ୍ଧାନଗରସ୍ଥିତ ପୈାରସଂସ୍ଥା ଦ୍ୱାରା ପରିଚାଳିତ ଦୃଷ୍ଟିବାଧିତ ବିଦ୍ୟାଳୟରେ ଦିବଂଗତ ସମାଜସେବୀ ମମତାଙ୍କ ସ୍ମୃତିଚାରଣ କରାଯାଇ ଶ୍ରଦ୍ଧାସୁମନ ଜ୍ଞାପନ କରାଯାଇଥିଲା। ବରିଷ୍ଠ ଆଇନଜୀବୀ ରମଣୀରେଞ୍ଜନ ରାଉତରାୟଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ସଭାରେ କାଉନସିଲର ନିରାକାର ସ୍ୱାଇଁ, ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ସ୍ୱପ୍ନାଂଶୁ ଦାସ, ଆଦିକନ୍ଦ ରାଉଳ, ମମତାଙ୍କ ଭଉଣୀ ସଂଯୁକ୍ତା ରାଉତ, ବଡଭାଇ ରମେଶ, ମା, ଲୋରା, ମଣି, ଗୁଡୁ, ଗୁଡୁଲି, ଲୁଚି, ଚିନୁ, ସଂଯୁ, ଯୋଗିଆ, ମଦନ, ସୁମନ, ମେକୋ ଓ ମନି ପ୍ରମୁଖ ସ୍ୱର୍ଗତା ମମତାଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଏହି ଅବସରରେ ଦୃଷ୍ଟିବାଧିତ ବିଦ୍ୟାଳୟର ଅନ୍ତେବାସୀ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ