ମନ୍ତ୍ରୀ ସୂରଜଙ୍କ ଜନ୍ମଦିନରେ ମନ୍ଦିରରେ ଦୀପଦାନ

ଆରଡ଼ି, ( ଆଲୋକ ଚନ୍ଦ୍ର ନାୟକ ) : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧୀନ ବମକୁରା ପଞ୍ଚାୟତର ଭାଜପା କର୍ମକର୍ତ୍ତା ଓ ଚାନ୍ଦବାଲି ବ୍ଲକର ଭାଜପା ବାବା ଆଖଣ୍ଡଳମଣି ଜୋନର କର୍ମକର୍ତ୍ତା ମାନେ ସୋମବାର ପୂର୍ବାହ୍ନ ଓ ସନ୍ଧ୍ୟାରେ ପୃଥକ ପୃଥକ ଭାବେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଜନ୍ମଦିନ ଉପଲକ୍ଷେ ଧୂଷୁରୀସ୍ଥିତ ଜଗନ୍ନାଥ ମନ୍ଦିର ଓ ଆରଡି ସ୍ଥିତ ଆଖଣ୍ଡଳମଣି ମନ୍ଦିରରେ ଦୀପ ଦାନ କରିଛନ୍ତି । ଏହି ଦୀପଦାନ ମାଧ୍ୟମରେ ସୂରଜଙ୍କର ଦୀର୍ଘାୟୁ କାମନା କରାଯିବା ସହ ଉଜ୍ଜଳ ଭବିଷ୍ୟତ କାମନା କରାଯାଇଛି । ଧୂଷୁରୀ ଭାଜପା ମଣ୍ଡଳର ନେତୃମଣ୍ଡଳୀ ଓ କାର୍ଯ୍ୟକର୍ତ୍ତା ଏହି ଧାର୍ମିକ କାର୍ଯ୍ୟରେ ସାମିଲ ହୋଇଥିଲେ । ଭାଜପା ଜିଲ୍ଲା ଉପସଭାପତି ଚତୁର୍ଭୁଜ ନାୟକ, କ୍ଷିରୋଦ କୁମାର ଧଳ, ଫଣୀ ଭୂଷଣ ମଲ୍ଲିକ, ଅଜୟ କୁମାର ମାଝୀ, ମହେଶ୍ୱର ମିଶ୍ର, ଜିତେନ୍ଦ୍ର ଦୋବାଇ, ସଞ୍ଜୟ ମଲିକ, ଅଭିମନ୍ୟୁ ରାଉତ, ବିଶ୍ଵ ଭୂଷଣ ମଲ୍ଲିକ, ଶ୍ରୀକାନ୍ତ ପଣ୍ଡା, ଜୟ ପ୍ରକାଶ ବେହେରା, ପ୍ରଦୀପ ବେହେରା, ଅମୂଲ୍ୟ ମଲ୍ଲିକ, ଅଭିରାମ ନାଥ ଏଵଂ ବହୁ ଶୁଭେଚ୍ଛୁ ଏହି ଦୀପଦାନ ବେଳେ ଉପସ୍ଥିତ ଥିଲେ । ସେହିଭଳି ଭାଜପା ବାବା ଆଖଣ୍ଡଳମଣି ମଣ୍ଡଳ ସଭାପତି ସନ୍ଦୀପ କୁମାର ନାୟକ, ଦଳର ବରିଷ୍ଠ ନେତା ସୁବାସ ଚନ୍ଦ୍ର ସାହୁ, ଲଲାଟ କିଶୋର ପାଢୀ, ଉତ୍ତମ ମିଶ୍ର, ସୁଧୀର ପାଢୀ, ରାଧାକାନ୍ତ ପାଢୀ, ପ୍ରତାପ ପାଢୀ, ଜିତେନ୍ଦ୍ର ପଣ୍ଡା, ପ୍ରକାଶ ପାଢୀ, ରଜନୀକାନ୍ତ ବିଶ୍ବାଳ, ପ୍ରଦୀପ ନାୟକ, ସୁଶାନ୍ତ ଓଝା, ବିଜୟ ବିଶ୍ବାଳ, ବିଭୁ କଲ୍ୟାଣ ରାୟ, ପ୍ରଫୁଲ୍ଲ ସୁତାର, ସଞ୍ଜିତ ନାୟକ ପ୍ରମୁଖ ଦୀପଦାନ ମାଧ୍ୟମରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କର ମଙ୍ଗଳ ମନାସି ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ