ମଦ ବୋତଲରେ ଆକ୍ରମଣ ଘଟଣା ; ଅଭିଯୁକ୍ତ ଫେରାର
ଦିଗପହଣ୍ଡି(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ଶ୍ରୀ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଗ୍ରାମର ଗୌଡ଼ ପ୍ରଧାନ ଶୋଇଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ତାଙ୍କ ଗ୍ରାମର ଏସ.ସୂର୍ଯ୍ୟ ରେଡ୍ଡୀ ଶନିବାର ଅପରାହ୍ନ ପ୍ରାୟ ୩ ଟାରେ ନିଶାସକ୍ତ ଅବସ୍ଥାରେ ଏକ ମଦ ବୋତଲରେ ତାଙ୍କ ମୁଣ୍ଡକୁ ମାରିଥିଲେ।ସେଠାରେ ଉପସ୍ଥିତ କିଛି ବ୍ୟକ୍ତି ସୂର୍ଯ୍ୟଙ୍କୁ ଧରିବା ପାଇଁ ଚେଷ୍ଟା କରିବା ବେଳେ ସେ ଘଟଣାସ୍ଥଳରୁ କୌଶଳ କ୍ରମେ ଚମ୍ପଟ ମାରିଥିଲେ। ଆହାତ ଗୌଡ଼ ପ୍ରଧାନ ଙ୍କୁ ରକ୍ତ ଜୁଡୁ ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ସେଠାରେ ଚିକିତ୍ସା ହେବାପରେ ସେ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ।ଏତଲାକୁ ଭିତ୍ତିକରି ପୋଲିସ ଥାନା ମାମଲା ନଂ.୧୭୯/୨୫ ଅନୁଯାୟୀ ଅଭିଯୁକ୍ତ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି।ଗିରଫ ଭୟରେ ଅଭିଯୁକ୍ତ ସୂର୍ଯ୍ୟ ଫେରାର ଥିବା ଜଣାପଡିଛି।