ମଦ ଜବତ, ଜଣେ ଗିରଫ

ହାଟଡିହି,(ଓ୍ବାଇଏନଏସ) : କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ନେଉଳିଆ ସାହିରେ ପୋଲିସ ଚଢ଼ାଉ କରି ୮ ଲିଟର ମହୁଲି ମଦ ଜବତ କରିଛି l ମାମଲା ନଂ ୩୬୨/୨୦୨୬ ପଞ୍ଜିକରଣ କରି ଏଥିରେ ସମ୍ପୃକ୍ତ ଚୈତନ୍ୟ ମୁର୍ମୁ(୪୧ ବର୍ଷ)ଙ୍କୁ  ଗିରଫ କରିଛି l ଚୈତନ୍ୟ ମହୁଲି ବିକ୍ରି କରୁଥିବା ବେଳେ ପୋଲିସ ସେଠାରେ ପହଞ୍ଚିଥିଲା l ଚୈତନ୍ୟ ପୋଲିସକୁ ଦେଖି ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ତାକୁ ଧରିଥିଲା। ନେଉଳିଆ ସାହିରେ ବ୍ୟାପକ ମଦ କାରବାର ହେଉଥିବା ବେଳେ ଏହି ମଦ ପାଇଁ ସାହିରେ ଅନେକ ସମୟରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଉଛି। ତେଣୁ ପୋଲିସ ଓ ଅବକାରୀ ବିଭାଗ ଏଠାରେ ବାରମ୍ବାର ଚଢ଼ାଉ କରି ଚୋରା ମଦ କାରବାରରେ ରୋକ ଲଗାଇବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ