ସେବା ସଂକଳ୍ପ ଅଭିଯାନ-୨୦୨୬
ଧାମନଗର (ଓ୍ବାଇଏନଏସ): ଧାମନଗର ଏନ ଏ ସି ଅନ୍ତର୍ଗତ ତାଳପଦା ଉଚ୍ଚ ପ୍ରାଥମୀକ ବିଦ୍ୟାଳୟ ପରିସରରେ ଧାମନଗର ଗୋଷ୍ଠି ଶିକ୍ଷାଅଧିକାରୀଙ୍କ ଆନୁକୂଲ୍ୟରେ ବ୍ଲକସ୍ତରୀୟ “ସେବା ସଂକଳ୍ପ ଅଭିଯାନ-୨୦୨୬”ଅନୁଷ୍ଠିତ ହୋଇଛି। ଏନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ “ବିକଶିତ ଭାରତ” ଯାହା ଅଧୀନରେ ଚିତ୍ରାଙ୍କନ,ବକ୍ତୃତା ପ୍ରତିଯୋଗିତା ଏବଂ ଫଟୋ ଓ ଚିତ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ବ୍ଲକସ୍ତରୀୟ ପ୍ରତିଯୋଗିତା ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କରାଯାଇଥିଲା। ଏଥିରେ ପି.ଏମ୍.ଶ୍ରୀ ଧାମନଗର ହାଇସ୍କୁଲର ଶାହା ମହମ୍ମଦ ତୌଫକ୍ ରଜା,ତପନେଶ୍ୱର ନୋଡାଲ୍ ୟୁ.ପି. ସ୍କୁଲର ବିଷ୍ଣୁପ୍ରିୟା ସ୍ୱାଇଁ, ଖଙ୍ଗରା ସ୍କୁଲ ସିବମ ଜ୍ୟୋତି ପ୍ରିୟଦର୍ଶନ ପାଗଳ, ଫଳପୁର ୟୁ.ଜି.ହାଇସ୍କୁଲର ସସ୍ମିତା ସାହୁ ଏବଂ ପଚ୍ଛାଲୋ ନୋଡାଲ ୟୁ.ପି.ଏସ୍.ର ପ୍ରିୟଙ୍କା ପ୍ରଧାନ,ସେଣ୍ଡପୁର ହାଇସ୍କୁଲର ଅର୍ଚିତା ପ୍ରିୟଦର୍ଶିନୀ ଦାସ ଏବଂ ଚୁଡ଼ାକୁଟି ଇନ୍ଦ୍ରଗୋବିନ୍ଦ ହାୟର ସେକେଣ୍ଡାରୀ ସ୍କୁଲର ରାଜକ୍ରିତିକା ନାୟକ,ଜନତା ନୋଡାଲ ଉଚ୍ଚ ବିଦ୍ୟାପୀଠ ଜାହାଙ୍ଗୀରର ମିରାରାଣୀ ପଣ୍ଡା,ଝାରାଡିଆ ୟୁ.ପି.ସ୍କୁଲର ବେବି ସ୍ୱାଇଁ,ନଡିଆବାଗ ୟୁ.ପି.ସ୍କୁଲର ଜାଗୃତୀ ସାହୁ,ମିଶ୍ରପୁର ୟୁ.ଜି. ଏମ୍.ଇ.ସ୍କୁଲର ସୁଲଗ୍ନା ପ୍ରିୟଦର୍ଷିନି ବାରିକ ଏବଂ ଗୋଠିଣା ନୋଡାଲ ସ୍କୁଲର ସ୍ନେହାସିସ ରାଉତ ରାୟ,ଝାରାଡିଆ ୟୁ.ପି.ସ୍କୁଲର ବିଶ୍ୱଜିତ୍ ସ୍ୱାଇଁ,ପି.ଏମ୍.ଶ୍ରୀ ସହିଦନଗର ନୋଡାଲ୍ ହାଇସ୍କୁଲର ସୁଭସ୍ମିତା ପାଢୀ,ଚୁଡ଼ାକୁଟି ଇନ୍ଦ୍ରଗୋବିନ୍ଦ ହାୟର ସେକେଣ୍ଡାରୀ ସ୍କୁଲର ରାଜଲକ୍ଷ୍ମୀ ସାହୁ ପ୍ରମୁଖ ଜିଲ୍ଲାସ୍ତରକୁ ମନୋନୀତ ହୋଇଛନ୍ତି। ପ୍ରାରମ୍ଭରେ ବିଦ୍ୟାଳୟ ପରିସରରେ ବି ଆର ସି ଭୀମସେନ ହୋ କାର୍ଯ୍ୟକ୍ରମକୁ ଉଦଘାଟନ କରି ସେବା ସଂକଳ୍ପର ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀଙ୍କ ଭୂମିକା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ଭାବରେ ଏ ବି ଇ ଓ ସତ୍ୟସୁନ୍ଦର ପରିଡା,ପୁରୁଷୋତ୍ତମ କର,ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମଧୁସ୍ମିତା ଜେନା ପ୍ରମୁଖ ଯୋଗ ଦେଇଥିବା ବେଳେ ସି ଆର ସି ସି ସଞ୍ଜୟ କୁମାର ଜେନା ସଭା ସଂଚାଳନ କରିଥିଲେ।


