ନଗର ବିଜେଡି ପକ୍ଷରୁ ପୌର ନିର୍ବାଚନ ପାଇଁ ଆଲୋଚନା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ସହର ଉପକଣ୍ଠ କମାପଡିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵର ଶୈବ ପୀଠ ପ୍ରାଙ୍ଗଣରେ ଦିଗପହଣ୍ଡି ନଗର ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ରବିବାର ପରିବର୍ଦ୍ଧିତ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ବିଜେଡ଼ି ବିଧାୟକ ପ୍ରାର୍ଥୀ ବିପ୍ଳବ ପାତ୍ର ଙ୍କ ପରାମର୍ଶ କ୍ରମେ  ଆୟୋଜିତ ସଭାରେ ପୂର୍ବତନ ଏନ୍ଏସି ଅଧ୍ୟକ୍ଷ ହୃଦୟ ରଞ୍ଜନ ମେକାପ,ଭି.ରବି ନାରାୟଣ ରାଜୁ ଯୋଗଦେଇ  ଆଗାମୀ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ସହର ର ପ୍ରତ୍ୟେକ ୱାର୍ଡ ରେ ଦଳୀୟ ସାଙ୍ଗଠନିକ ଅଭିବୃଦ୍ଧି ନେଇ ବିସ୍ତୃତ ଆଲୋଚନା କରିବା ସହ ସମସ୍ତ ଦଳୀୟ ନେତୃମଣ୍ଡଳୀ ଏବେ ଠାରୁ ପ୍ରତି ସାହି ବସ୍ତି ରେ ଥିବା ଦଳୀୟ କର୍ମୀ ମାନଙ୍କ ସହ ସମ୍ପର୍କ ଯୋଡି ସେମାନଙ୍କ ସହ ବିଚାର ବିମର୍ଶ କରିବା ସହ ପ୍ରତି ୱାର୍ଡ ରେ ଦଳୀୟ କମିଟି ଗଠନ କରି ସଙ୍ଗଠନ କୁ ମଜବୁତ୍ କରିବାକୁ ପରାମର୍ଶ ଦେଇଥିଲେ। ବିଜେଡ଼ି ନଗର କମିଟି ସଭାପତି ତାରା ପ୍ରସାଦ ପଟ୍ଟନାୟକ ଙ୍କୁ ସଭାରେ ସମ୍ବର୍ଦ୍ଧିତ କରାଯାଇଥିଲା। କାଉନସିଲର ନୀଳମାଧବ ଗୌଡ଼, ଜ୍ୟୋସ୍ନା ଜେନା, ପୂର୍ବତନ କାଉନସିଲର ନିରୁପମା ପଟ୍ଟନାୟକ, ପି. ମାଧବ ଦୋରା, ମାଗି ସେଠୀ ଙ୍କ ସମେତ ଦଳୀୟ ନେତୃବୃନ୍ଦ  ରଞ୍ଜନ ବେହେରା, ରମେଶ ଚନ୍ଦ୍ର ଜେନା,ପ୍ରଶାନ୍ତ ପାଣିଗ୍ରାହୀ, ଶ୍ରୀକାନ୍ତ ମହାନ୍ତି, ନିଗମ ପ୍ରସାଦ ପଣ୍ଡା, ଶିବ ଶଙ୍କର ମହାଙ୍କୁଡ଼,ଏମ.ସୁଦର୍ଶନ, ଦିବାକର ଜେନା,ଭବାନୀ ଶଙ୍କର ପାଢ଼ୀ, ବଳରାମ ମହାରଣା, ରାଜେନ୍ଦ୍ର ଗୌଡ, ପିଙ୍କୁ ଘଡେଇ, ଟୁନା ସେଠୀ ପ୍ରମୁଖ ବହୁ ସଂଖ୍ୟକ ଦଳୀୟ କର୍ମୀ ଉପସ୍ଥିତ ରହି ବିଭିନ୍ନ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ