ରାଜ୍ୟସ୍ତରୀୟ ଚିତ୍ରକଳା ପ୍ରତିଯୋଗିତାରେ କେନ୍ଦ୍ରାପଡାର ଆନନ୍ଦିତା ପ୍ରଥମ
କେନ୍ଦ୍ରାପଡ଼ା,(ଓ୍ବାଇଏନଏସ): ଓଡିଶା ସରକାରଙ୍କ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡିଶା ଲଳିତକଳା ଏକାଡେମୀ ଭୁବନେଶ୍ୱରଙ୍କ ଦ୍ୱାରା ଆୟୋଜିତ ରାଜ୍ୟ ସ୍ତରୀୟ ଚିତ୍ରକଳା ପ୍ରତିଯୋଗିତା “ମୋ ସ୍ୱପ୍ନର ଓଡିଶା – ୨୦୩୭” ରେ କେନ୍ଦ୍ରାପଡାର ଝିଅ ଆନନ୍ଦିତା ତ୍ରିପାଠୀ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୈାରବ ଆଣିଦେଇଛନ୍ତି। ଉତ୍କଳ ରଙ୍ଗମଞ୍ଚଓଡିଶୀ ଗବେଷଣା କେନ୍ଦ୍ରରେ ଅନୁଷ୍ଠିତ ଉତ୍ସବରେ ଉଚ୍ଚଶିକ୍ଷା, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ରାପଡା ସେଣ୍ଟ ଯୋଶେଫ ସ୍କୁଲର ପ୍ରଥମ ଶ୍ରେଣୀର ଛାତ୍ରୀ ପୈାରାଞ୍ଚଳ ଅନ୍ତର୍ଗତ ନସଡିପୁର ଗ୍ରାମର ଆନନ୍ଦିତା ତ୍ରିପାଠୀଙ୍କୁ ମୋମେଣ୍ଟୋ, ଉତ୍ତରୀୟ ଓ ପ୍ରମାଣପତ୍ର ପ୍ରଦାନ କରି ପୁରସ୍କୃତ କରିଥିଲେ। ସୁଶ୍ରୀ ତ୍ରିପାଠୀ ହେଉଛନ୍ତି ଡା. ସ୍ୱର୍ଗତ ରାଜକିଶୋର ତ୍ରିପାଠୀ ଓ ଡା. ସ୍ୱର୍ଣ୍ଣପ୍ରଭା ରଥଙ୍କ ନାତୁଣୀ ଏବଂ ମହେଶ୍ୱର ତ୍ରିପାଠୀ ଓ ଡା. ଶୁଭସ୍ମିତା ରଥଙ୍କର ସୁକନ୍ୟା ଅଟନ୍ତି।