ମହାପ୍ରଭୂଙ୍କ ରାମନବମୀ ଯାତ୍ରା

ଆସିକା (ୱାଇଏନ୍‍ଏସ୍‍): ଐତିହ୍ୟ, ସଂସ୍କୃତି ସଂପନ୍ନ ଓ ଭାଇଚାରାର ଗ୍ରାମ ଆସିକା ଏନ୍‍ଏସି ଅଧୀନସ୍ଥ ୧୮ ନମ୍ବର ୱାର୍ଡର ପାକଲାପଲ୍ଲୀରେ ପବିତ୍ର ଶ୍ରୀ ରାମନବମୀ ଯାତ୍ରା ଉତ୍ସବ ଅବସରରେ ପ୍ରଜାବତ୍ସଳ ଶ୍ରୀ ଶ୍ରୀ ରଘୁନାଥ ସ୍ୱାମୀ ମହାପ୍ରଭୂଙ୍କ ନଗର ପରିକ୍ରମା ଉତ୍ସବ ଶହ ଶହ ଶ୍ରଦ୍ଧାଳୁ ଭକ୍ତଙ୍କ ଉପସ୍ଥିତିରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଶ୍ରୀ ରଘୁନାଥ ସ୍ୱାମୀ ମହାପ୍ରଭୂଙ୍କ ରାମନବମୀ ଯାତ୍ରା ଅବସରରେ ଠାକୁରମାନଙ୍କୁ ଏକ ସୁସଜ୍ଜିତ ପାଲିଙ୍କିରେ ଅଧିଷ୍ଠିତ କରାଯାଇ ବାଦ୍ୟବାଜଣାରେ ତାଳେତାଳେ ବିଶାଳ ଶୋଭାଯାତ୍ରା ମନ୍ଦିର ନିକଟରୁ ବାହାରି ପାକଲାପଲ୍ଲୀ ଗ୍ରାମ, ତାଲୁକା ରୋଡ, ପାଢୀକଲୋନୀ, ବଜାର ସାହି, ହାଟପଦା, ଖମ୍ବେଶ୍ୱରୀପାଟଣା, ବିନାୟକ ବଜାର, ଲକ୍ଷ୍ମୀବଜାର, କଳିଙ୍ଗ ରୋଡ ଇତ୍ୟାଦି ଅଞ୍ଚଳ ପରିକ୍ରମା କରାଯିବା ପରେ ଶନିବାର ଗ୍ରାମର ମଣ୍ଡପରେ ବିଜେ କରାଯାଇଥିଲା । ରାମନବମୀ ଯାତ୍ରା ଅବସରରେ ଶ୍ରୀ ଶ୍ରୀ ରଘୁନାଥ ସ୍ୱାମୀ ମହାପ୍ରଭୂଙ୍କୁ ପୂଜାର୍ଚ୍ଚନା କରିବା ଲାଗି ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା ବେଳେ ସଂପୁର୍ଣ୍ଣ ଗ୍ରାମଟି ଉତ୍ସବମୁଖର ହୋଇପଡିଥିବା ଲକ୍ଷ୍ୟ କରାଯାଇଥିଲା । ଏହି ଅବସରରେ ଗ୍ରାମ ନିକଟରେ ଶନିବାର ପ୍ରତ୍ୟୁଷରେ ରାବଣ ପୋଡି କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା ବେଳେ ବେଲଗୁଣ୍ଠା ନିକଟସ୍ଥ ମଙ୍ଗଳପୁର ଗ୍ରାମର ଶ୍ରୀ ଶ୍ରୀ ବାବା ମୁକ୍ତେଶ୍ୱର ଯୁବ ନାଟ୍ୟସଂସଦର କଳାକାର ମାନଙ୍କୁ ନେଇ ପୌରାଣିକ ନାଟକ ରାମାୟଣ ମଞ୍ଚସ୍ଥ ହୋଇଥିଲା । ପାକଲାପଲ୍ଲୀ ଗ୍ôରାମରେ ଶ୍ରୀ ଶ୍ରୀ ରଘୁନାଥ ସ୍ୱାମୀ ମହାପ୍ରଭୂଙ୍କ ରାମନବମୀ ଯାତ୍ରାକୁ ସୁପରିଚାଳନା କରିବା ଦିଗରେ ଗ୍ରାମ୍ୟ ପରିଚାଳନା କମିଟି ସଭାପତି ସନ୍ତୋଷ କୁମାର ପୋଲାଇ, ସାଇଶଙ୍କର ପୋଲାଇ, ରମେଶ ଚନ୍ଦ୍ର ପୋଲାଇ, ରବିନ୍ଦ୍ର ନାଥ ପୋଲାଇ, ଜ୍ୟୋତିରଂଜନ ପୋଲାଇ, କୈଳାଶ ଚନ୍ଦ୍ର ପୋଲାଇ, ସିମାଞ୍ଚଳ ପରିଡା, ପ୍ରଫୁଲ ପୋଲାଇ, ଅନ୍ତର୍ଯ୍ୟାମୀ ପୋଲାଇ, ନିରଂଜନ ପୋଲାଇ, ଅମିତ୍‍ ପୋଲାଇ, ପ୍ରିୟାଂଶୁ ଶେଖର ପରିଡା, ମଧୁସୂଦନ ପରିଡା, ସୂର୍ଯ୍ୟ ପ୍ରଧାନ, ପ୍ରତାପ ଚନ୍ଦ୍ର ପରିଡାଙ୍କ ସମେତ ଗ୍ରାମ୍ୟକମିଟି, ମନ୍ଦିର ପରିଚାଳନା କମିଟି, ଗ୍ରାମବାସୀ ଓ ଯୁବପିଢୀ ସକ୍ରିୟ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ