ସେକ୍ଟର ସ୍ତରୀୟ ପୋଷଣ ପକ୍ଷ

ଶେରଗଡ (ଓ୍ବାଇଏନଏସ): ଶେରଗଡ ଶିଶୁ ସମନ୍ବିତ ବିକାଶ ବିଭାଗ ଅଧିନରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ଜାରି ରହିଛି। ଏହି ଅବସରରେ ଆଜି କୁଲାଗଡ ସେକ୍ଟର ର ମହୁପଦର ପଞ୍ଚାୟତ ରେ ସେକ୍ଟର ସ୍ତରୀୟ ପୋଷଣ ପାଖବାଡା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଈଯାଈଛି। ଏହି କାର୍ଯ୍ୟକ୍ରମ ରେ 3 ଟି ପଞ୍ଚାୟତ ର 28 ଟି ଅଙ୍ଗନବାଡି କେନ୍ଦ୍ର ର କର୍ମୀ ସାମିଲ ହୋଈଥିଲେ। ଏହି କାର୍ଯ୍ୟକ୍ରମ ରେ ସିଡିପିଓ ମମତାଞ୍ଜଳି ପଣ୍ଡା,ସ୍ଥାନୀୟ ସରପଞ୍ଚ ଟୁକୁନା ଦାସ, ଅଞ୍ଚଳ ସୁପରଭାଈଜର ରଶ୍ମିତା ଜାନୀ ଓ ଦର୍ଶନୀ ଶବର, ବିଭିନ୍ନ ସମାଜ ର ସଭାପତି ପ୍ରମୁଖ ମଞ୍ଚାସୀନ ଥିଲେ। ଏହି କାର୍ଯ୍ୟକ୍ରମ ଚଳିତ ବର୍ଷ ଅପ୍ରେଲ 08 ରୁ ଅପ୍ରେଲ 22 ତାରିଖ ପର୍ଯ୍ୟନ୍ତ ପୋଷଣ ପକ୍ଷ ଭାବେ ପାଳନ କରାଯାଉଛି। ଏହି ପୋଷଣ ପକ୍ଷର ମୂଳ ଉଦ୍ଦେଶ୍ୟ ହେଲା, ଗର୍ଭାଶୟ ରୁ ଶିଶୁକୁ 2 ବର୍ଷ ପର୍ଯ୍ୟନ୍ତ ସାମୂହିକ 1 ହଜାର ଦିନର ଗୁରୁତ୍ୱ ନିଅଯାଏ। ଏହି ସମୟରେ ସେମାନଙ୍କ ର ଖାଦ୍ୟ ଓ ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା, ସ୍ବାସ୍ଥ୍ୟର ପରିଷ୍କାର ଓ ପରିଚ୍ଛନ୍ନତା ଉପରେ ଗୁରୁତ୍ୱ। ପୋଷଣ ହିତାଧିକାରୀ କିପରି ପଞ୍ଜିକରଣ କରିବେ, ସେମାନଙ୍କୁ ଅବଗତ କରାଯାଇଥିଲା। ଏସମସ୍ତ ବିଷୟ ଉପରେ ଉପସ୍ଥିତ ସମସ୍ତ ଙ୍କୁ ଅବଗତ କରାଯାଇଥିଲା। ପ୍ରାୟ 50 ଜଣ ମା,କିଶୋରୀ ବାଳିକା, ଏସଏଚଜି ମହିଳା ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ମହୁପଦର ପଞ୍ଚାୟତ ର ଗ୍ରାମସେବକ ରାମକୃଷ୍ଣ ସାହୁ, କୁଲାଗଡ ସେକ୍ଟର ର ସମସ୍ତ ଅଙ୍ଗନବାଡି କର୍ମୀ ଓ ସହାୟିକା ଙ୍କ ସହିତ ଶେରଗଡ ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟ ରେ ସମସ୍ତ କର୍ମଚାରୀ ଯୋଗ ଦେଈ ପରିଚାଳନା କରିଥିବାରୁ ବରିଷ୍ଠ ଅଙ୍ଗନବାଡି କର୍ମୀ ଟୁନି ବିଷୋୟୀ ସମସ୍ତ ଙ୍କୁ ସାଧୁବାଦ ଜଣାଈଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ