ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ପାଇଁ ମହକିଲା ପଥ ଉତ୍ସବ
ବାଲେଶ୍ଵର(ଓ୍ବାଇଏନଏସ): ଚୈତ୍ର ଶୁକ୍ଳ ପ୍ରତିପଦା ଦିନ ହିନ୍ଦୁ ନବବର୍ଷ କମିଟି ବାଲେଶ୍ୱର ତରଫରୁ ଏକ ପଥ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଉତ୍ସବରେ ରାଣୀ ପାଟଣା ଦୃଷ୍ଟିହୀନ ନିମନ୍ତେ ବିଦ୍ୟାଳୟ ର ଛାତ୍ରଛାତ୍ରୀ (ସରସ୍ବତୀ ମୁର୍ମୁ, ମେଘନା ସିଂ, ମାହେଶ୍ୱରୀ ପ୍ରଧାନ,ସୁମିତ୍ରା ସିଂ,ବଂଶୀଧର ଦାସ ଆୟୁଷ ବେହେରା, ବବି ଜେନା, ଗୋପୀ ସୋରେନ କୁନା ପ୍ରଧାନ ଓ ପହଲା ମୁର୍ମୁ )ମାନଙ୍କ ଦ୍ଵାରା ଶ୍ରୀମଦ୍ ଭାଗବତ ଗୀତା , ରାମଚରିତ ମାନସ ଓ ଶ୍ଳୋକ ଆବୃତ୍ତି ସେଠାକାର ପରିବେଶ କୁ ଭକ୍ତିମୟ କରିଥିଲା । ଏହି କାର୍ଯ୍ୟକ୍ରମ ଫାଣ୍ଡି ଛକ ଠାରୁ ଷ୍ଟେସନ ଛକ ପର୍ଯ୍ୟନ୍ତ ହୋଇଥିଲା । ପ୍ରଭାତ ର ଭବ୍ୟ ଦୃଶ୍ୟ ବାସ୍ତବ ରେ ହୃଦୟସ୍ପର୍ଶୀ ଥିଲା । ପ୍ରଥମେ ଆଳତି , ପୁଷ୍ପାଞ୍ଜଳି ଓ ପରେ ପରେ ନଗର ପରିକ୍ରମା ବେଶ୍ ମନୋହର କରିଥିଲା । ଦୃଷ୍ଟିହୀନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ର ସଙ୍ଗୀତ ପରିବେଷଣ ସମସ୍ତଙ୍କୁ ମନୋରଞ୍ଜିତ କରିଥିଲା । ଶେଷରେ ସନ୍ଧ୍ୟା ସମୟରେ ଆୟୋଜିତ କାର୍ଯ୍ୟକ୍ରମରେ ଦି ୱେଲଫେୟାର ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦିବାକର ସ ଙ୍କୁ ମାନପତ୍ର ଉତରୀୟ ଓ ନରିକେଳ ଦେଇ ସମ୍ମାନିତ କରାଯାଇଥିଲା ସମାଜସେବା ଓ ଅନେକ ଦୃଷ୍ଟିବାଧିତ ଛାତ୍ରଛାତ୍ରୀ ଙ୍କୁ ଗଠନ କରିବାରେ କର୍ଣ୍ଣଧାର ସାଜିଥିବା ହେତୁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଅଛି । ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷକ ଜଗତଜିତ କୁମାର ପତି , ଗୀତାଞ୍ଜଳି ପ୍ରଧାନ , ସଞ୍ଜିବ କୁମାର ବେହେରା ଓ ଗୌରାଙ୍ଗ ପାତ୍ର ଉପସ୍ଥିତ ଥିଲେ ।


