ଅନ୍ନପୂର୍ଣ୍ଣା ବାଳିକା ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟି ଗଠିତ

ହାଟଡିହି (ଓ୍ବାଇଏନଏସ) : ସମଣା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗିରିଗାଁ ସ୍ଥିତ ଅନ୍ନପୂର୍ଣ୍ଣା ବାଳିକା ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟି ଗଠନ ପ୍ରକ୍ରିୟା ଆଜି ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ କ୍ଷୀରୋଦ କୁମାର ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ବୈଠକ ଆୟୋଜିତ ହୋଇଥିଲା। ବୈଠକରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କ ସର୍ବସମ୍ମତିକ୍ରମେ ଶ୍ରୀଯୁକ୍ତ ରତ୍ନାକର କବିଙ୍କୁ କମିଟିର ନୂତନ ଅଧ୍ୟକ୍ଷ ଏବଂ ହରପ୍ରିୟା ନନ୍ଦଙ୍କୁ ଉପାଧ୍ୟକ୍ଷା ଭାବରେ ମନୋନୀତ କରାଯାଇଛି। ଗୋଲକ ବିହାରୀ ପାଢି, ହରେକୃଷ୍ଣ ଯେନା, ସୁଶାନ୍ତ କୁମାର ସାହୁ, ଅଜୟ କୁମାର ଜେନା, ସଂଗୀତା ଯେନା, ଝୁନୁ ଯେନା, ପୁଷ୍ପଲତା ପରିଡ଼ା, ମାମୁନି ସାହୁ, ପ୍ରତିମା ବେହେରା, କନକଲତା ମହାରଣା, ଝରଣା ଦାସ, ଧିରେନ୍ଦ୍ରନାଥ ଖଟୁଆ ଓ ନିଳମଣୀ ସାହୁ ପ୍ରମୁଖ ସଭ୍ୟ ରୂପେ ମନୋନିତ ହୋଇଥିଲେ। ଏହି ନୂତନ କମିଟି ଆଗାମୀ ଦିନରେ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିବ ବୋଲି ଆଶା ପ୍ରକାଶ ପାଇଛି। ଏଥିରେ  ବ୍ଲକ୍ ଶିକ୍ଷାଧିକାରୀଙ୍କ ପ୍ରତିନିଧି ରୂପେ ବୈଷ୍ଣବ ଚରଣ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଜୟକୃଷ୍ଣ ମିଶ୍ର ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ