ହୁକୁମତୋଳାରେ ନୂତନ ଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

ମୁନିଗୁଡ଼ା,୧୫/୭ (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡ଼ା ନିକଟସ୍ଥ ହୁକୁମତୋଳା ଗ୍ରାମରେ ନୂତନ ଜଗନ୍ନାଥଙ୍କ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଓ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବୈଦିକ ପୁରୋହିତ ଶିଶିର ମିଶ୍ର,ସୁଶାନ୍ତ ଦାସ, ରାକେଶ ମିଶ୍ର ଓ ସନ୍ତୋଷ ସାହୁଙ୍କ ମିଳିତ ପୌରାହିତ୍ୟରେ ନିକଟସ୍ଥ ଲିଟିଗୁଡ଼ା ନାଳରେ ବୈଦିକ ରୀତିନୀତି ଅନୁଯାୟୀ ପ୍ରଥମେ କଳସ ସ୍ଥାପନ କରିବା ସୂର୍ଯ୍ୟ ପୂଜା,ବରୁଣ ପୂଜା, ପରେଗଙ୍ଗା ଆବାହନ ସହ ବିଭିନ୍ନ ପୂଜାର୍ଚନା କରିବା ପରେ ମନ୍ଦିର ପରିଚାଳନା କମିଟି ସଭାପତି ପନ୍ତୁଲୁ ଭୋଗୀ ଓ ସମ୍ପାଦକ ପୁରୁଷୋତ୍ତମ ଜେନାଙ୍କ ମିଳିତ ସଂଯୋଜନାରେ ସଂକୀର୍ତନ ମଣ୍ଡଳୀ,ଘଣ୍ଟ ବାଦ୍ୟ,ଶଙ୍ଖ ଓ ହୁଳୁହୁଳି ଦେଇ ନାଳ ପରିସରରୁ ମହିଳା ମାନଙ୍କ ଦ୍ୱାରା ପବିତ୍ର କଳସ ଯାତ୍ରା ବାହାରି ସହର ପରିକ୍ରମା କରି ନୂତନ ଜଗନ୍ନାଥଙ୍କ ମନ୍ଦିର ପରିସରରେ ପହଞ୍ଚି ସେଠାରେ କଳସ ସ୍ଥାପନ କରାଯାଇଥିଲା । ଉକ୍ତ ପ୍ରତିଷ୍ଠା ଉତ୍ସବ ତିନି ଦିନ ଧରି ଚାଲିବା ସହ ୧୭ ତାରିଖରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ। ଏହି ଉତ୍ସବରେ ତିନି ଠାକୁରଙ୍କ ମହାସ୍ନାନ,ମଣ୍ଡଳ ପୂଜା,ସୌରାଗ୍ନି ସ୍ଥାପନ ବିଧି,ମନ୍ଦିର ପ୍ରବେଶ, ହୋମଯଜ୍ଞ,ପୂର୍ଣ୍ଣାହୁତି, ପୁଷ୍ପାଞ୍ଜଳି ସହ ପ୍ରସାଦ ସେବନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ କର୍ତ୍ତା ଭାବେ ପ୍ରତାପ ରୁଦ୍ର ଜେନା ଏବଂ ଧର୍ମପତ୍ନୀ ପ୍ରଭାତୀ ଜେନା ପୂଜାର୍ଚ୍ଚନା ଓ ହୋମାଦି କାର୍ଯ୍ୟ ତୁଲାଇବେ। ଏହି ପ୍ରତିଷ୍ଠା ଉତ୍ସବରେ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଜଗନ୍ନାଥ ପ୍ରେମୀ ଓ ଭକ୍ତ ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ସମସ୍ତଙ୍କ ନିମନ୍ତେ ମହା ଅର୍ଣ୍ଣ ପ୍ରସାଦର ସେବନର ବ୍ୟବସ୍ଥା କରାଯାଇଛି ବୋଲି ମନ୍ଦିର ପରିଚାଳନା ସମ୍ପାଦକ ପୁରୁଷୋତ୍ତମ ଜେନା ପ୍ରକାଶ କରିଛନ୍ତି। ଉକ୍ତ ମନ୍ଦିର ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମରେ ସରପଞ୍ଚ ଇଲାମଇ ପୀଡ଼ିକାକା,ସ୍ନେହଲତା ଜେନା, ଗୌତମ ଜେନା,ରବୀନ୍ଦ୍ର ଖୁଣ୍ଟିଆ,କୃଷ୍ଣ ଏରି,ସାରଯୁ ଗରଡ଼ିଆ, ଚୀନାରି କୁଶୁଲିଆ, ରବି ସିକକା,ଧନୁ କୁଶୁଲିଆ, ଯୁଧିଷ୍ଟି ବାଣଜେନି,ସଞ୍ଜୟ ପତି,କୃଷ୍ଣଚନ୍ଦ୍ର ମଲ୍ଲିକ ପ୍ରମୁଖଙ୍କ ସମେତ ଗ୍ରାମବାସୀ ଓ ଯୁବଗୋଷ୍ଠି ମାନେ ପରିଚାଳନା ଓ ସହଯୋଗ କରୁଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ