ଗଞ୍ଜେଇ ଚୋରାଚାଲାଣ ବେଳେ ଜବତ: 3 ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରୁ ଉତ୍ତରାଖଣ୍ଡକୁ ଗଞ୍ଜେଇ ଚୋରାଚାଲାଣ ବେଳେ ପୋଲିସ ଜବତ କରଥିବା ସୂଚନା ମିଳିଛି. ଏହି ଘଟଣାରେ ଜଣେ ପୂର୍ବତନ ସମିତି ସଭ୍ୟ, ଅନ୍ତଃରାଜ୍ୟ ଚୋରା ମାଫିଆଙ୍କ ସମେତ 3 ଜଣକୁ ପୋଲିସ ଗିରଫ କରିଛନ୍ତି. ଏହି ଜିଲ୍ଲାର ଅଡ଼ବା ଥାନା ରାଇପଙ୍କା ନିକଟରେ ଏକ କାରକୁ ତାଲାସୀ କରି ୨ କ୍ରିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି. ଗିରଫ ହୋଇଥିବା 3 ଜଣ ହେଲେ ରାଇପଙ୍କା ଅଞ୍ଚଳର ଅନ୍ତଃରାଜ୍ୟ ମାଫିଆ ପ୍ରସନ୍ନ ତାଣ୍ଡି (୩୨), ମାଣ୍ଡିମେରା ପଞ୍ଚାୟତ ପୂର୍ବତନ ସମିତିସଭ୍ୟ ଶ୍ରୀକାନ୍ତ ମଲ୍ଲିକ(୩୪) ଓ ଗେରେଙ୍ଗା ଗାଁର ମିଲନ ମାଝୀ( ୩୩)। ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏନେଇ ଅଡବା ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ରା. ଉଦୟଗିରି ଏସଡ଼ିପିଓ ରାକେଶ ସାହୁ। ସୂଚନା ପ୍ରକାରେ ଅଡବା ପୁଲିସ ରାଇପଙ୍କାରେ ପାଟ୍ରୋଲିଂ କରୁଥିବା ବେଳେ ଏକ ଧଳା ରଙ୍ଗର କାର ନମ୍ବର (ଓଡି ୦୨ ସିଜେ ୫୫୯୯) କୁ ଅଟକାଇ ଯାଞ୍ଚ କରିଥିଲା | ଯାଞ୍ଚ ପରେ ଏଥିରେ ୨କ୍ସିଣ୍ଟାଲ ଗଞ୍ଜେଇ ମାଣ୍ଡିମେରା ଅଞ୍ଚଳରୁ ଉତ୍ତରାଖଣ୍ଡ ଚାଲାଣ ହେଉଥିବା ଜଣାପଡିଥିଲା । ଗିରଫ ହୋଇଥିବା ପ୍ରସନ୍ନ ତାଣ୍ଡି ଜଣେ ଅନ୍ତଃରାଜ୍ୟ ଗଞ୍ଜେଇ ଚୋରା ମାଫିଆ ବୋଲି ପୁଲିସ ସୂଚନା ଦେଇଛି। ତାଙ୍କ ନାମରେ ପୂର୍ବରୁ ଅଡବା, ରାୟଗଡା ଜିଲ୍ଲା ଗୁଣୁପୁର ଥାନା ଓ କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ୩ ମାମଲା ରହିଛି | ସେହିପରି ଗିରଫ ଶ୍ରୀକାନ୍ତ ମଲ୍ଲିକ ମାଣ୍ଡିମେରା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଥୂବାବେଳେ ତାଙ୍କ ପତ୍ନୀ ବର୍ତ୍ତମାନ ସମିତିସଭ୍ୟା ଅଛନ୍ତି । ୩ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି | ଜବତ ଗଞ୍ଜେଇର ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଅଡବା ଥାନାଧିକାରୀ ସନ୍ତୋଷ ବିଶୋୟୀ ସୂଚନା ଦେଇଛନ୍ତି।


