ବୁଗୁଡା ତହସିଲ ଅଫିସ ଓ ବ୍ଲକ ଅଫିସରେ ସହିଦ ଦିବସ ପାଳନ
ବୁଗୁଡା, (ଅନୀଲ କୁମାର ମହାରଣା) : ଜାତିର ଜନକ ମହାତ୍ମା ଗାନ୍ଧୀ ୧୯୪୮ ମସିହା ଜାନୁଆରୀ ୩୦ ତାରିଖ ଦିନ ଆତତାୟୀ ର ଗୁଳିମାଡରେ ସହିଦ ହୋଇଥିଲେ। ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ଜାନୁଆରୀ ୩୦ ତାରିଖକୁ ସମଗ୍ର ଦେଶରେ ସହିଦ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ବୁଗୁଡା ତହସିଲ ଅଫିସ ଓ ବୁଗୁଡା ବ୍ଲକ ଅଫିସରେ ଜାନୁଆରୀ ୩୦ ତାରିଖ ଦିନ ସହିଦ ଦିବସ ପାଳନ ହୋଇଯାଇଛି। ବୁଗୁଡା ତହସିଲ ଅଫିସ ରେ ତହସିଲଦାର ତାପସ ରାଉତଙ୍କ ତତ୍ତ୍ୱାବଧାନରେ ଅତିରିକ୍ତ ତହସିଲଦାର ସୁନନ୍ଦ ଶେଖର ସାହାଣୀ ଓ ସମସ୍ତ କର୍ମଚାରୀ ଏକତ୍ରିତ ହୋଇ ଦୁଇ ମିନିଟ ନିରବ ପ୍ରାର୍ଥନା କରି ସହିଦ ଦିବସ ପାଳନ କରିଥିଲେ। ସେହିପରି ବୁଗୁଡା ବ୍ଲକ ଅଫିସରେ ବିଡିଓ ଦୁତିକୃଷ୍ଣ ପାତ୍ରଙ୍କ ତତ୍ତ୍ୱାବଧାନରେ ଏବିଡିଓ ଧର୍ମରାଜ ପରିଡା, କେ ନୀଳମାଧବ ଆଚାରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜୀବ ଚନ୍ଦ୍ର ପ୍ରଧାନ ଓ ସମସ୍ତ କର୍ମଚାରୀ ସଭାଗୃହରେ ଏକତ୍ରିତ ହୋଇ ଦୁଇ ମିନିଟ ନିରବ ପ୍ରାର୍ଥନା କରି ସହିଦ ଦିବସ ପାଳନ କରିଥିଲେ। ଏହି ଦୁଇ ଅଫିସରେ ନିରବ ପ୍ରାର୍ଥନା ପୂର୍ବରୁ ସହିଦ ଦିବସ ବିଷୟରେ ତହସିଲଦାର ଶ୍ରୀ ରାଉତ ଓ ବିଡିଓ ଶ୍ରୀ ପାତ୍ର ବକ୍ତବ୍ୟ ରଖିଥିଲେ।


