ଖେଣ୍ଡେରା ଗ୍ରାମ ପଞ୍ଚାୟତରେ ମାଟି ମାଆ ପୂଜନ ଉତ୍ସବ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଖେଣ୍ଡେରା ଗ୍ରାମ ପଞ୍ଚାୟତର ଖେଣ୍ଡେରା ଗ୍ରାମ ଠାରେ ଗ୍ରାମର ସମସ୍ତ କୃଷକ ଓ ମାଆ ମାନଙ୍କ ଦ୍ୱାରା ନିଜ ନିଜର ବିଲର ମାଟି ଆଣି ଫୁଲ, ଚନ୍ଦନ,ଧୂପ,ଘୃତ, କ୍ଷୀର,ଗୁଡ, ଗଙ୍ଗା ଜଳ,ମହୁ, ନଡ଼ିଆ, କଦଳୀ ଆଦି ପୂଜା ସାମଗ୍ରୀ ଦ୍ୱାରା ପୂଜନ କରି ବିଧି ବିଧାନ ଅନୁସାରେ “ଧାନ ଅଖି ମୂଠି” ଅନୁକୂଳ କରିଥିଲେ। ଉତ୍ସବ ପାଳନ ପରେ ଏକ ସଚେତନ ସଭା ଅନୁଷ୍ଠିତ ହୋଇ ଥିଲାସଚେତନତାସଭାରେବିଶ୍ୱହିନ୍ଦୁପରିଷଦସଦସ୍ୟଅବସରପ୍ରାପ୍ତ ଶିକ୍ଷକ ତଥା ଏ.ଏସ.ଆଇ. ଶ୍ରୀ କାହ୍ନୁଚରଣ ମହାନ୍ତ ସଭାପତି ଭାବେ ମଞ୍ଚ ପରିଚାଳନା କରିଥିଲେ। ମୁଖ୍ଯ ବକ୍ତା ଭାବେ ଶ୍ରୀ କେଶବ ଚନ୍ଦ୍ର ମହାନ୍ତ , ସମ୍ମାନିତ ଅତିଥି ଭାବେ ଶ୍ରୀ ଠାକୁର ମହାନ୍ତ (ବିଶ୍ୱ ହିନ୍ଦୁ ପରିଷଦ), ଶ୍ରୀ ଲମ୍ବୋଦର ମହାନ୍ତ (ବିଶ୍ୱ ହିନ୍ଦୁ ପରିଷଦ), ଶ୍ରୀ ଘନଶ୍ୟାମ ମହାନ୍ତ (ବିଶ୍ୱ ହିନ୍ଦୁ ପରିଷଦ), ଶ୍ରୀ ଗଦାଧର ମହାନ୍ତ (ବିଶ୍ୱ ହିନ୍ଦୁ ପରିଷଦ), ଶ୍ରୀ ପୁରୁଷୋତ୍ତମ ନାଏକ (ବିଶ୍ୱ ହିନ୍ଦୁ ପରିଷଦ), ଶ୍ରୀ ଗୁଣନିଧି ମହାନ୍ତ (ବିଶ୍ୱ ହିନ୍ଦୁ ପରିଷଦ), ଶ୍ରୀ ଅମୃତ ମହାନ୍ତ (ବିଶ୍ୱ ହିନ୍ଦୁ ପରିଷଦ), ଶ୍ରୀ ଲକ୍ଷ୍ମଣ ରାଉତ (ଭାଜପା ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି), ଶ୍ରୀ ପଞ୍ଚାନନ ସାହୁ ( କେନ୍ଦୁଝର ସାଂସଦଙ୍କ ଝୁମ୍ପୁରା ବ୍ଲକପ୍ରତିନିଧି),ଶ୍ରୀ ମାଟୁରାମ ମୁଣ୍ଡା(ଭାଜପା ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସାଧାରଣ ସମ୍ପାଦକ), ଶ୍ରୀ ଚୈତନ୍ୟ ଚରଣ ମହାନ୍ତ (ବିଶ୍ୱ ହିନ୍ଦୁ ପରିଷଦ) ତଥା ଶତାଧିକ ମହିଳା ଉପସ୍ଥିତ ଥାଇ ସମୟ କ୍ରମରେ ରାସାୟନିକ ସାର ପରିବର୍ତ୍ତେ ଜୈବିକ ସାର ପ୍ରୟୋଗ କରି ବାକୁ ଶପଥ ପାଠ କରି ଥିଲେ।


