ସବ୍ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖ ପଡ଼ିଆରେ ବିଧାୟକଙ୍କ ଔଷଧୀୟ ବୃକ୍ଷରୋପଣ
ନାଉଗାଁ, (ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଦେବୀଦୋଳସ୍ଥିତ ସବ୍ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖ ପଡ଼ିଆରେ ବିଧାୟକ ଅମରେନ୍ଦ୍ର ଦାସଙ୍କ ଦ୍ୱାରା ଔଷଧୀୟ ବୃକ୍ଷରୋପଣ କରାଯାଇଛି। ପରିବେଶ ସୁରକ୍ଷା ଓ ଔଷଧୀୟ ବୃକ୍ଷର ଉପକାରିତା ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ବୃକ୍ଷରୋପଣ କରାଯାଇଥିଲା। ତାଙ୍କ ସହିତ ସବ୍ରେଜିଷ୍ଟ୍ରାର ସାହିନ ନାଜ୍,, ୧ ନମ୍ବର ଜୋନ୍ର ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ, ସୁବ୍ରତ କୁମାର ସାହୁ , ଅନନ୍ତ କୁମାର ଦାସ , ନିରୁପମା ଦାସ , ସୁରେନ୍ଦ୍ର କୁମାର ଦାସ , ପ୍ରଫୁଲ୍ଲ କୁମାର ଆଚାର୍ଯ୍ୟ , ଦେବୀପ୍ରସାଦ ପାଢ଼ୀ, ଆଶିଷ ନାୟକ, ତାପସ ଦାସ,ଅଜିତ ମହାନ୍ତି , ଅଭିଜିତ ରାୟ, ଉପେନ୍ଦ୍ର କୁମାର ପାଢୀ , ରଞ୍ଜନ ସ୍ୱାଇଁ, ବୁଲୁ ନାୟକ, ପ୍ରଦୀପ ରାଉତ, ଅଭିଷେକ ସ୍ୱାଇଁ, ବିକାଶ ସ୍ୱାଇଁ, ହିତେଶ ନାୟକ, ସନ୍ତୋଷ ଦାସ ଓ ବିଶ୍ୱଜିତ ପରିଡ଼ାଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।


