ପାଣି ଘେରରେ ରହିଥିବା ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କଲେ ରେମୁଣା ବିଧାୟକ

ବାଲେଶ୍ବର(ସରୋଜ ପଣ୍ଡା): ଲଗାତାର ବର୍ଷା କାରଣରୁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଯୋଗୁଁ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଥିବାବେଳେ ଅନେକ ଗ୍ରାମ ଏବେ ମଧ୍ୟ ପାଣି ଘେରରେ ରହିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୁରୁବାର ରେମୁଣା ନିର୍ବାଚନ ମଣ୍ଡଳୀର ଶେରଗଡ, ବରୁଣସିଂ, ଶାସଙ୍ଗ ଆଦି ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ସକାଳ ପ୍ରାୟ ୧୧ ଘଟିକା ସମୟରେ ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ ପହଞ୍ଚି ପାଣି ଘେରରେ ଥିବା ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। ବନ୍ୟା ପାଣି ହ୍ରାସ ପାଇଥିଲେ ମଧ୍ୟ ଅନେକ ପରିବାର ଏବେ ମଧ୍ୟ ଜଳବନ୍ଦୀ ଅବସ୍ଥାରେ ରହିଥିବାରୁ ସେମାନଙ୍କ ଦୈନିକ ଜୀବନ ଦୁର୍ବିଷହ ହୋଇପଡ଼ିଛି। ଏହି ପରିସ୍ଥିତିରେ ପ୍ରଭାବିତ ପରିବାରମାନଙ୍କୁ ତୁରନ୍ତ ସହାୟତା ଯୋଗାଇବାକୁ ବିଧାୟକ ଶ୍ରୀ ଦାସଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ