ନାଉଗାଁ ଟେଣ୍ଟ ହାଉସ ମାଲିକ ସଂଘର ବୈଠକ
ନାଉଗାଁ (ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ଘୋଡାଂଶ ପଞ୍ଚାୟତ ଅର୍ନ୍ତଗତ ଚାନ୍ଦଖାଁପାଟଣାର ଶିଶୁମଠସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ନାଉଗାଁ ଟେଣ୍ଟ ହାଉସ ମାଲିକ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ନାଉଗାଁ ଟେଣ୍ଟ ହାଉସ ମାଲିକ ସଂଘର ସଭାପତି ନିରୋଦ କୁମାର ଦାଶଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମା’ ଶାରଳା ଟେଣ୍ଟ ହାଉସ୍,ଲାଇଟ୍, ସାଉଣ୍ଡ ମାଲିକ ସଂଘର ସଭାପତି ମଧୂସୁଦନ ସାହୁ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂଘର ଉପସଭାପତି ଚିତ୍ତରଞ୍ଜନ ଷଡଙ୍ଗୀ, ଶରତ ଚନ୍ଦ୍ର ସାମଲ, ସଂପାଦକ ନାରାୟଣ ପ୍ରସାଦ ନାୟକ, କୋଷାଧ୍ୟକ୍ଷ ସୁଧାଂଶୁ କୁମାର ଦାସ, ଯୁଗ୍ମ ସଂପାଦକ ଗଣେଶ୍ୱର ପାଲ୍ ,ସ୍ଥାନୀୟ ଶିକ୍ଷାବିତ୍ ନିରଞ୍ଜନ ମହାନ୍ତି, ସୁକାନ୍ତ କୁମାର ଲେଙ୍କା ଆଦି ଯୋଗ ଦେଇ ଟେଣ୍ଟ ହାଉସ ବ୍ୟବସାୟ ସହ ଜଡ଼ିତ ବିଭିନ୍ନ ସମସ୍ୟା, ଆଗାମୀ କାର୍ଯ୍ୟକ୍ରମରେ ସମନ୍ୱୟ ଏବଂ ବ୍ୟବସାୟକୁ ଶୃଙ୍ଖଳିତ ଭାବେ ପରିଚାଳନାକୁ ନେଇ ଆଲୋଚନା କରାଯାଇଥିଲା। ଏଥିସହ ଟେଣ୍ଟ ହାଉସ ମାଲିକମାନଙ୍କ ମଧ୍ୟରେ ଏକତା, ପରସ୍ପର ସହଯୋଗ ଓ ସୁସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବୈଠକରେ ନାଉଗାଁର ବହୁ ଟେଣ୍ଟ ହାଉସ ମାଲିକ ଓ ସଦସ୍ୟ ଉପସ୍ଥିତ ରହିଥିଲେ। ପରିବେଶ ସୁରକ୍ଷା ନିମନ୍ତେ ମନ୍ଦିର ପରିସରରେ ବୃକ୍ଷରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଂଘର ସମ୍ପାଦକ ହେମନ୍ତ କୁମାର ସାହୁ ଓ ସହସମ୍ପାଦକ ପ୍ରବୀର ପାଢୀ, ରାମଚନ୍ଦ୍ର ପାଢୀଙ୍କ ସମେତ ସମସ୍ତ ସଦସ୍ୟ ପରିଚାଳନା କରିଥିବା ବେଳେ ସଂଘର ସଦସ୍ୟ ଦ୍ବିଜବର ମହାରଣା ସ୍ବାଗତ ଭାଷଣ ଓ ସଦସ୍ୟ ରାଜେଶ ଲେଙ୍କା ଧନ୍ୟବାଦ ଦେଇଥିଲେ।


