ବରିଷ୍ଠ ନାଗରିକ ମଞ୍ଚର ବୈଠକ

ବନ୍ତ, (ଚାନ୍ଦିନୀ ମହାନ୍ତି ): ଗୁରବାର ଭଦ୍ରକ ଜିଲା ବନ୍ତସ୍ଥିତ ଚାରୁ ଚନ୍ଦ୍ର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପରିସରରେ ବନ୍ତ ବ୍ଲକ ବରିଷ୍ଠ ନାଗରିକ ମଞ୍ଚର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉପସଭାପତି ଭାଗବତ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ବନ୍ତ ବଜାରର ଆଲୋକୀକରଣ ବ୍ୟବସ୍ଥା, ବନ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ଥାୟୀ ଡାକ୍ତର ନିଯୁକ୍ତି, ବୟସ୍କ ମାନଙ୍କୁ ଭତ୍ତା ପ୍ରଦାନ ଉପରେ ଆଲୋଚନା ହୋଇ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ନେଇ ନିଷ୍ପତ୍ତି ହୋଇଥିଲା l ଏଥିସହ ମଞ୍ଚର ସ୍ଥାୟୀ ଗୃହ ନିର୍ମାଣ ନେଇ ଆଲୋଚନା ହୋଇଥିଲା l ଏହି ଅବସରରେ ନୂତନ ସଭ୍ୟ ଭାବେ ଯୋଗ ଦେଇଥିବା ପୂର୍ବତନ ସରପଞ୍ଚ ଅର୍ଜ୍ଜୁନ ଚରଣ ପଣ୍ଡା, ଜାତୀୟ ପୁରସ୍କୃତ ଅବସରପ୍ରାପ୍ତ ଶିକ୍ଷକ ଅଜୟ କୁମାର ପୃଷ୍ଟି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନାରାୟଣ ଚନ୍ଦ୍ର ସାମଲ, ରମାକାନ୍ତ ଜେନା, ଗଗନ ବିହାରୀ ଦାଶ, ମହେଶ ଚନ୍ଦ୍ର ସାହୁ, ସୁଧାଂଶୁ ଶେଖର ମହାନ୍ତିଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିଲା l ଏଥିରେ ସମ୍ପାଦକ ଭାସ୍କର ଚନ୍ଦ୍ର ପାଢ଼ୀ, ସହ ସମ୍ପାଦକ ନାରାୟଣ ଚନ୍ଦ୍ର ଲେଙ୍କା, ହରିହର ପାଣିଗ୍ରାହୀ, ସଭ୍ୟ ଅଲେଖ ଚନ୍ଦ୍ର ନାୟକ, ଅକ୍ଷୟ କୁମାର ଜେନା, ଭାଗବତ ସୂତାର, ଡ. ଶୁଭେନ୍ଦ୍ର କୁମାର ମିଶ୍ର,ବାବାଜୀ ଚରଣ ଦଳେଇ, ପଦ୍ମନାଭ ରାଉତ, ନବ କୁମାର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ