ଜିଆଇଇଟିରେ ଜାତୀୟ କ୍ରୀଡ଼ା ଦିବସ ଉଦଯାପିତ

ଗୁଣୁପୁର (ୱାଇଏନଏସ)ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଜାତୀୟ କ୍ରୀଡ଼ା ଦିବସ ଉଦଯାପିତ ହୋଇଯାଇଛି। ଗତ ଅଗଷ୍ଟ ୨୯ ତାରିଖରୁ ଆୟୋଜିତ ହୋଇଥିବା ଏହି କ୍ରୀଡ଼ା ଉତ୍ସଵର ଉଦଯାପନ ଦିବସରେ ବିଶ୍ୱ ବିଦ୍ୟାଳୟର ଉପ ସଭାପତି ଡ ଚନ୍ଦ୍ରଧ୍ଵଜ ପଣ୍ଡା , ଉପ କୁଳପତି ଡ ଗୌତମ ଘୋଷ , ପ୍ରୋ ଭାଇସ ଚାନ୍ସେଲର ଡ. ବାଳକୃଷ୍ଣ ତ୍ରିପାଠୀ, ପ୍ରୋ ଭାଇସ୍ ଚାନ୍ସେଲର ଡ. ଏ ଭି ଏନ୍ ଏଲ୍ ଶର୍ମା ଏବଂ ପରୀକ୍ଷା ନିୟନ୍ତ୍ରକ ଡ. ପି ବିଜୟ କୁମାର ପ୍ରମୁଖ ଉପସ୍ଥିତ ରହି କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ସହ ସିଲ୍ଡ଼ ପ୍ରଦାନ କରି ସମ୍ମାନିତ କରିଥିଲେ।ବିଶ୍ୱ ବିଦ୍ୟାଳୟର କ୍ରୀଡ଼ା କମିଟି ପକ୍ଷରୁ ଆୟୋଜିତ ଏହି କ୍ରୀଡ଼ା ଦିବସରେ ଖୋକେ, ଫୁଟବଲ, ଭଲିବଲ, ଟୋଗ ଓଫ୍ ୱାର,  ମ୍ୟୁଜିକାଲ୍ ଚେୟାର, ସନ୍ତରଣ, କବାଡ଼ି, ବାସ୍କେଟ ବଲ,ବେଟ ମିଣ୍ଟନ୍, ଚେସ୍,  ପ୍ରଭୁତି ଖେଳ ମାନ ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ କୁ କ୍ରୀଡ଼ା ଅଧିକାରୀ ରବୀନ୍ଦ୍ର କୁମାର ପଣ୍ତା, ଆବାହକ ପ୍ରକାଶ ରଞ୍ଜନ ସାହୁ, ସଦସ୍ୟ ଅକ୍ଷୟ କୁମାର ସାହୁ, ଆଦିତ୍ୟ କୁମାର ମହକୁଲ, ଭି ରମଣ ମୂର୍ତ୍ତି,ଏ ଶାନ୍ତି ଲକ୍ଷ୍ମୀ, ଅର୍ପଣ କୁମାର  ସିଂ ପ୍ରମୁଖ ପରିଚାଳନା କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ