ମା’ ଚାମୁଣ୍ଡେଶ୍ୱରୀ ମନ୍ଦିର ଉନ୍ନୟନ ବୈଠକ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ କେରାଣ୍ଡିିମାଳ ପର୍ବତମାଳା ଚାଙ୍ଗୁଡ଼ିଦେଇ ପର୍ବତ ଶିଖରରେ ଥିବା  ମା’ ଚାମୁଣ୍ଡେଶ୍ୱରୀ ମନ୍ଦିର ଉନ୍ନୟନ ପରିଚାଳନା କମିଟିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆବାହକ ବ୍ରହ୍ମଚାରୀ ଅନ୍ତର୍ଯ୍ୟାମୀ ସ୍ୱରୂପଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ପ୍ରମୋଦ ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ। ମନ୍ଦିର ଯାଏଁ ପୂର୍ଣ୍ଣାଙ୍ଗ ରାସ୍ତା ନିର୍ମାଣ।ମାଙ୍କ ନିତିକାନ୍ତି ପରିଚାଳନାଗତ ସମସ୍ୟା,ମନ୍ଦିରର ଉନ୍ନୟନ କାର୍ଯ୍ୟ ର ତ୍ୱରାନ୍ୱିତ ପାଇଁ ସବିଶେଷ ଆଲୋଚନା କରାଯାଇଥିଲା। ବୈଠକରେ ଲଲାଟେନ୍ଦୁ ପ୍ରଧାନ, ରାକେଶ ପଶୁପାଳକ, ସମ୍ଭବ କୁମାର ତ୍ରିପାଠୀ, ଲକ୍ଷ୍ମୀ ରେଡ୍ଡୀ, ସିଦ୍ଧାର୍ଥ ଆଚାରୀଙ୍କ ସମେତ ବହୁ ସଂଖ୍ୟକ ଭକ୍ତ ଓ କମିଟି ସଦସ୍ୟ ବୃନ୍ଦ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ମନ୍ଦିରର ସାମଗ୍ରୀକ ଉନ୍ନତି ପାଇଁ ବୈଠକରେ ବିସ୍ତୃତ  ଆଲୋଚନା କରାଯାଇ ବିଧିବଦ୍ଧ ପ୍ରସ୍ତାବ ଗୃହୀତ କରାଯାଇଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ