ବନବିଭାଗର ନଜରରେ ଶିମିଳିପାଳ ହାତୀପଲରେ ନୂଆ ଶାବକ

ରାଇରଙ୍ଗପୁର,(ଅକ୍ଷୟ ବିଶ୍ବାଳ): କରଞ୍ଜିଆ ବନାଞ୍ଚଳ ଅନ୍ତର୍ଗତ ସିଙ୍ଗଡ଼ା ସେକ୍ସନର ପୋଖରୀଆ ସଂରକ୍ଷିତ ଜଙ୍ଗଲ (୨)ରେ ରହୁଥିବା ୩ ଟିକିଆ ଶିମିଳିପାଳିଆ ହାତୀପଲରେ ଏକ ଛୁଆ ହାତୀର ଜନ୍ମ ହୋଇଛି। ଏହି ଖବର ପ୍ରକାଶ ପାଇବା ପରେ ଅଞ୍ଚଳରେ ଆନନ୍ଦର ପରିବେଶ ସୃଷ୍ଟି ହେବା ସହ ହାତୀ ଛୁଆକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଛି।
ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ଉକ୍ତ ସଂରକ୍ଷିତ ଜଙ୍ଗଲରେ ୩ଟି ହାତୀ ରହୁଥିଲେ। ସେମାନଙ୍କ ମଧ୍ୟରେ ଗୋଟିଏ ଦନ୍ତା ଓ ଦୁଇଟି ମାଇ ହାତୀ ରହିଥିଲେ। ତେବେ ରବିବାର ବିଳମ୍ବିତ ରାତିରେ ଭୋର ପ୍ରାୟ ୪ଟା ସମୟରେ ବନବିଭାଗ ଛୁଆ ହାତୀ ଜନ୍ମ ନେଇଥିବା ସମ୍ପର୍କରେ ଜାଣିବାକୁ ପାଇଥିଲା। ହାତୀ ଛୁଆକୁ ଦେଖିବା ପାଇଁ ଜଙ୍ଗଲ ଚାରିପାଖରେ ଲୋକଙ୍କ ଭିଡ଼ ଜମିଥିବାରୁ ବନବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି। ବନଖଣ୍ଡ ଅତିରିକ୍ତ ବନ ସଂରକ୍ଷକ ଓଁକାର ଦାସ, କରଞ୍ଜିଆ ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ସ୍ୱାଇଁ, ବନପାଳ ଚନ୍ଦ୍ରଭାନୁ ମହାନ୍ତଙ୍କ ସମେତ ବନରକ୍ଷୀ ଓ ପାରା କର୍ମଚାରୀମାନେ ହାତୀପଲ ଉପରେ ନଜର ରଖିଛନ୍ତି। ହାତୀପଲକୁ ଉତ୍ତେଜିତ ନକରି ଶାନ୍ତିରେ ରହିବାକୁ ଦେବା ସହ ସୁରକ୍ଷିତ ଦୂରତା ବଜାୟ ରଖିବାକୁ ବନବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ଅନୁରୋଧ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ