ଟେକ୍ନିକାଲ୍ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ମେଗା ଚାରାରୋପଣ କାର୍ଯ୍ୟକ୍ରମ
ଆସିକା (ୱାଇଏନ୍ଏସ୍) : ଆସିକା ବ୍ଳକ ଅନ୍ତର୍ଗତ କଲେଜଛକ ସ୍ଥିତ ଟେକ୍ନିକାଲ୍ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ୭୭ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅଧୀନସ୍ଥ ଏକ ମେଗା ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । କଲେଜଛକ ସ୍ଥିତ ଟେକ୍ନିକାଲ୍ ହାଇସ୍କୁଲର ଇକୋ କ୍ଳବ୍ ତଥା ଜାତୀୟ ସବୁଜ ବାହିନୀର ସଂଯୋଜକ ଶିକ୍ଷକ ରାମଚନ୍ଦ୍ର ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ମେଗା ଚାରାରୋପଣ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ପରମାନନ୍ଦ ଜାନି, ସରକାରୀ ଶିକ୍ଷୟିତ୍ରୀ ପ୍ରଜ୍ଞା ପରମିତା ପଣ୍ଡା, ଲକ୍ଷ୍ମୀ ଜେନା, କୈଳାଶ ଗୌଡ, ଦେବାଶିଷ୍ ପାଣିଗ୍ରାହୀ, ସର୍ମିଷ୍ଟା ସାହୁ, ଗାୟତ୍ରୀ ବେହେରା, ସୁମିତ୍ରା କାର୍ଜି, ରୁଚି ନାହାକ, ଇପ୍ସିତା ମଲିକ, ମିତାଞ୍ଜଳୀ ପଣ୍ଡା, ଭଗବାନ ସ୍ୱାଇଁ, ବଳରାମ ବେହେରା, ରାହୁଳ ପଟ୍ଟନାୟକ, ସୁବାଶିଷ୍ ନାହାକ, ସିଦ୍ଧାନ୍ତ ସେଠୀ ପ୍ରମୁଖ ଯୋଗଦେଇ ଜଳବାୟୁ ପରିବର୍ତ୍ତନ ରୋକିବା ପାଇଁ ଚାରାରୋପଣର ଆବଶ୍ୟକତା ଉପରେ ବହୁ ଶିକ୍ଷଣୀୟ ତଥା ଉପାଦେୟ ପରାମର୍ଶ ପ୍ରଦାନ କରି ଗଛ ଆମ ଜୀବନ, ଦିଏ ଆମକୁ ପାଣିପବନର ବାର୍ତ୍ତାକୁ ପ୍ରଚାର ପ୍ରସାର କରିବା ପାଇଁ ଆହ୍ୱାନ କରି ସାଂପ୍ରତିକ ପରିସ୍ଥିତିରେ ପରିବେଶର ସୁରକ୍ଷା ପାଇଁ ଅଧିକରୁ ଅଧିକ ଚାରାରୋପଣର ଆବଶ୍ୟକତା ଅତ୍ୟନ୍ତୁ ଜରୁରୀ ହୋଇପଡିଥିଲା ବେଳେ ଏଥିପାଇଁ ନିଜେ ଗଛ ଲଗାଇବା ସହ ଅନ୍ୟକୁ ଗଛ ଲଗାଇବାକୁ ସଚେତନ କରିବାକୁ ଆହ୍ୱାନ କରାଯାଇଥିଲା । ଟେକ୍ନିକାଲ୍ ଉଚ୍ଚ ବିଦ୍ୟାଳୟର ଇକୋ କ୍ଳବ୍ର ଜାତୀୟ ସବୁଜ ବାହିନୀର ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ମେଗା ଚାରାରୋପଣ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଶିକ୍ଷାନୁଷ୍ଠାନର କର୍ମଚାରୀ ରବିନ୍ଦ୍ର କୁମାର ସ୍ୱାଇଁ ଏବଂ ବାସୁଦେବ ପ୍ରଧାନ ଓ ଜୟଦେବ ରାଉତ ସକ୍ରିୟ ସହଯୋଗ କରିଥିଲା ବେଳେ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଏହି ଅବସରରେ ପରିବେଶକୁ ସବୁଜ ବନାନୀରେ ପରିଣତ କରିବା ନିମନ୍ତେ ଟେକ୍ନିକାଲ୍ ଉଚ୍ଚ ବିଦ୍ୟାଳୟ ପରିସରରେ ବିଭିନ୍ନ କିସମର ଔଷଧିୟ ଓ ଛାୟା ପ୍ରଦାନକାରୀ ଚାରା ରୋପଣ କରାଯାଇଥିଲା ବେଳେ ପରିବେଶର ସୁରକ୍ଷା ଲାଗି ଅଧିକରୁ ଅଧିକ ଚାରା ରୋପଣ କରି ସେଗୁଡିକ ଯେପରି ବଞ୍ଚି ରହିପାରିବ ସେ ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରାଯାଇଥିବା ଦେଖିବାକୁ ମିଳିଥିଲା ।


