ପୁଣି ଦାଦନ ଯାତନା: ଗଜପତିର ଯୁବ ଶ୍ରମିକ କେରଳରେ ମୃତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରୁ କାମଧନ୍ଦା ଅନ୍ବେଷଣରେ ନିଜ ଘରଦ୍ୱାର ଛାଡି ରାଜ୍ୟ ବାହାରକୁ ଦାଦନ ଭାବେ ଚାଲି ଯାଉଥିବା ଶ୍ରମିକମାନଙ୍କ ଦୁଃଖ, ଯନ୍ତ୍ରଣା ଓ ଯାତନା ଦିନକୁ ଦିନ ବଢ଼ିବାରେ ଲାଗିଛି. ଘରର ଆର୍ଥିକ ଅନଟନ ଦୂର କରିବା ସକାଶେ ରୋଜଗାର ଆଶାରେ ଗଜପତି ଜିଲ୍ଲାରୁ କେରଳର ଏର୍ଣ୍ଣାକୁଲମ୍ ଯାଇଥିବା ଜଣେ ଯୁବ ଶ୍ରମିକଙ୍କ ମୃତ୍ୟୁ ଏଠାରେ ଘଟିଥିବା ସୂଚନା ମିଳିଛି। ସେ ହେଲେ ଗଜପତି ଜିଲ୍ଲାର ମୋହନା ବ୍ଲକ୍ ଡମ୍ବଗୁଡା ଗ୍ରାମର କାଳୁ ବଳିଆରସିଂ (୨୩) ବର୍ଷ ଅଟନ୍ତି । ଗତ ଦୁଇ ସପ୍ତାହ ତଳେ ସେ ଏର୍ଣାକୁଲମ୍ ଯାଇଥିଲେ । ସେଠାରେ ଏକ ହୋଟେଲରେ ଶ୍ରମିକ ଭାବେ କାମ କରୁଥିଲେ । କାମ କରୁଥିବା ସମୟରେ ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ସହକର୍ମୀମାନେ ତାଙ୍କୁ ସ୍ଥାନୀୟ ଏକ ମେଡିକାଲରେ ଭର୍ତ୍ତି କରିଥିଲେ. ଡାକ୍ତରଙ୍କ ଚିକିତ୍ସା ଚାଲିଥିବା ବେଳେ କାଳୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏର୍ଣ୍ଣାକୁଲମରୁ ମୃତଦେହକୁ ଗଜପତିର ଡମ୍ବଗୁଡାକୁ ଆଣିବା ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରିବା ପରିବାର ପାଇଁ କଷ୍ଟକର ହୋଇ ପଡ଼ିଥିବ ବେଳେ ଶେଷକୃତ୍ୟ ନିମନ୍ତେ ଗାଁକୁ ଫେରାଇ ଆଣିବା ସକାଶେ ଗ୍ରାମବାସୀ ନିବେଦନ କରିବା ସହ ମୃତ ଶ୍ରମିକଙ୍କ ଅସହାୟ ଓ ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ମଧ୍ୟ ଅଞ୍ଚଳବାସୀ ନିବେଦନ କରିଛନ୍ତି.
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ