ମିଲର ସରକାର କଳି, ହୀନସ୍ତା ହେଉଛନ୍ତି ଚାଷୀ

ହାଟଡିହି (ଓ୍ବାଇଏନଏସ): ଚାଷୀଟିଏ କେତେ ପରିଶ୍ରମ କରି ଧାନ  ଅମଳ କରିବା ପରେ ଏବେ କିପରି ତାହାକୁ ବିକିବ ସେନେଇ ଚିନ୍ତାରେ ପଡିଛି। ବହୁ ବିଳମ୍ବରେ ଧାନ ମଣ୍ଡି ଖୋଲିଥିଲେ ବି ମଣ୍ଡି ରେ ଧାନ କିଣା ବନ୍ଦ ହୋଇଯାଇ ଥିବାରୁ ଏବେ ଚାଷୀମାନେ ଚିନ୍ତାରେ ପଡିଯାଇଛନ୍ତି। ମିଲର ଓ ସରକାରଙ୍କ ମଧ୍ୟରେ ବିବାଦ କଳି ଛିଣ୍ଡୁ ନଥିବା ବେଳେ ଚାଷୀମାନେ ମଝିରେ ବଳି ପଡୁଛନ୍ତି। ମିଲର ମଣ୍ଡିରୁ ଧାନ ଉଠାଉ ନଥିବାରୁ ମଣ୍ଡିରେ ଧାନ ଜମା ହୋଇ ପଡି ରହିଛି। ଫଳରେ ମଣ୍ଡିରେ ଦୁଇ ଦିନ ହେଲା ଧାନ କିଣା ବନ୍ଦ ହୋଇଯାଇଛି। ଏପଟେ ଟୋକନ ଅବଧି ସରି ସରି ଯାଉଥିବାରୁ ଚାଷୀମାନେ ମଣ୍ଡିକୁ ଯାଇ ହୋ ହାଲ୍ଲା କରୁଛନ୍ତି। ଚାଷୀ ଚାଷ ଜମିରୁ ଧାନ ଅମଳ କରି ଖଳା ବାଡ଼ିରେ ପକାଇ ରଖିଥିବା ବେଳେ ସମ୍ଭାବ୍ୟ ଲଘୁଚାପ ପାଇଁ ଆତଙ୍କିତ ହେଲେଣି। କିପରି ମଣ୍ଡିରେ ଧାନ ଦେଇ ପାର ହେବେ ସେନେଇ ଚାଷୀ ତର ତର ହେଉଥିବା ବେଳେ ମିଲର ଙ୍କ ଆନ୍ଦୋଳନ ଚାଷୀଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି।  ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଚାଷୀ ମହଲରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ