ପୌରପରିଷଦର ଅଧ୍ୟକ୍ଷା ସ୍ୱର୍ଗତା ଶର୍ମିଷ୍ଠା ପ୍ରଧାନଙ୍କ ସ୍ମୃତି ସଭାରେ ଯୋଗଦେଲେ ମନ୍ତ୍ରୀ, ସାଂସଦ ଓ ବିଧାୟକ

 ଛତ୍ରପୁର,(ଓ୍ବାଇଏନଏସ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ସ୍ୱର୍ଗତା ଶର୍ମିଷ୍ଠା ପ୍ରଧାନଙ୍କ ଦ୍ୱାଦଶାହ କାର୍ଯ୍ୟ ଅବସରରେ ବିଶ୍ୱେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ସ୍ମୃତି ସଭା ଆୟୋଜିତ ହୋଇଥିଲା  ।ଏହି ଅବସରରେ ଓଡିଶା ସରକାରଙ୍କ ବାଣିଜ୍ୟ, ଖଣି, ଇସ୍ପାତ ଓ ପରିବହନ ବିଭାଗ ର ମନ୍ତ୍ରୀ  ବିଭୂତି ଭୂଷଣ ଜେନା,  ବ୍ରହ୍ମପୁର ସାଂସଦ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଦିଗପହଣ୍ଡିର ବିଧାୟକ ଡ଼ଃ ସିଦ୍ଧାନ୍ତ ମହାପାତ୍ର,  ଭଞ୍ଜନଗର ବିଧାୟକ  ପ୍ରଦ୍ୟୁମ୍ନ କୁମାର ନାୟକ,  ଭାରତୀୟ ଜନତା ପାର୍ଟି ର ରାଜ୍ୟ ସାଧାରଣ ସମ୍ପାଦକ  ସାରଦା ପ୍ରସାଦ ଶତପଥୀ, ଗଞ୍ଜାମ ଜିଲ୍ଲା ବିଜେପି ସଭାପତି  ସରୋଜ ସାବତ ଏବଂ ବିଭିନ୍ନ ରାଜନୈତିକ ଦଳ ର ଆଗ ଧାଡ଼ିର ନେତା ଓ କର୍ମୀ, ବିଜୁ ଜନତା ଦଳର  ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୁଗୁ ବକ୍ସି ପାତ୍ର,ପୂର୍ବତନ ବିଧାୟକ ସୁବାଷ ବେହେରା, ଶ୍ରମିକ ନେତା ଶଙ୍କର ପ୍ରସାଦ ଦାଶ, ଛତ୍ରପୁର ବ୍ଲକ ବିଜେଡି ସଭାପତି ଏସ. ଚକ୍ରପାଣି ରେଡ୍ଡୀ, ନଗର ସଭାପତି ଵି. ରାଜୁବାବୁ, ଯୁବ ବିଜେଡି ରାଜ୍ୟ କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ବିମଳ କୁମାର ପଣ୍ଡା, ପ୍ରବାସୀ ପ୍ରଧାନ, ଛତ୍ରପୁର ପୌର ପରିଷଦର ଉପାଧ୍ୟକ୍ଷ ଜୀ. ପାପାରାଓ ଓ ସମସ୍ତ କାଉନସିଲର,  ସିପିଏମ ନେତା ହରିକୃଷ୍ଣ ରେଡ୍ଡୀ ଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗଦେଇ    ସ୍ବର୍ଗତା ଶର୍ମିଷ୍ଠା ପ୍ରଧାନ ଙ୍କ ଫୋଟ ଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।ତାଙ୍କର ଅମର ଆତ୍ମାଙ୍କ ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମସ୍ତେ ସମବେଦନା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ