ଫ୍ଲାଏ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ପାଇଁ ମନ୍ତ୍ରୀଙ୍କ ଦ୍ୱାରା ଭିତ୍ତି ପ୍ରସ୍ତର ସ୍ଥାପନ

ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁରର ବହୁ ପ୍ରତୀକ୍ଷିତ ଫ୍ଲାଏଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ସକାଶେ ଆଜି ଭିତ୍ତି ପ୍ରସ୍ତର ସ୍ଥାପନ  ହୋଇଯାଇଛି l ଜିଲ୍ଲାର ସଦରମହକୁମା ଛତ୍ରପୁର ଜାତୀୟ ରାଜପଥରେ ଦୈନିକ ହଜାର ହଜାର ଯାନବାହାନ ଯୋଗୁଁ ସ୍ଥାନୀୟ କଲେଜ ଛକ ଏବଂ ଡିଆରଡିଏ ଛକ ଠାରେ  ଯାତାୟତ ବେଳେ ଦୁର୍ଘଟଣା ଘଟି ବହୁ ଲୋକଙ୍କ ମୃତ୍ୟୁ ହୋଇଥାଏ l  ଏନେଇ ବହୁବାର ଆନ୍ଦୋଳନ ସହିତ ଫ୍ଲାଏ ଓଭର ବ୍ରିଜ ନିମନ୍ତେ ନିମନ୍ତେ ଦାବୀ ହୋଇ ଆସୁଥିଲା l  ଲୋକଙ୍କ ଧନଜୀବନ ସୁରକ୍ଷା ସହିତ  ଏବଂ ଅଂଚଳବାସୀଙ୍କ ଗମନାଗମନ ସୁବ୍ୟବସ୍ଥା କରିବା ନିମନ୍ତେ    କେନ୍ଦ୍ର ସରକାରଙ୍କ କେନ୍ଦୀୟ ସଡ଼କ ଏବଂ ଭିତ୍ତିଭୂମି ପାଣ୍ଠି ଏବଂ ରାଜ୍ୟ ସରକାରଙ୍କ ସହଯୋଗ ରେ ଏହି ପ୍ରକଳ୍ପ ନିମନ୍ତେ ରାଜ୍ୟ ସରକାରଙ୍କ ଇସ୍ପାତ, ଖଣି, ବାଣିଜ୍ୟ ଓ ପରିବହନ ବିଭାଗ ର ମନ୍ତ୍ରୀ ବିଭୁତି ଭୂଷଣ ଜେନା  କଲେଜ ଛକ ନିକଟ ରେ ପ୍ରଥମେ ନଡ଼ିଆ ଭାଙ୍ଗି ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି l  ଏହି ଅବସର ରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ ) ଦେବଦତ୍ତ ପଣ୍ଡା, ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ଛତ୍ରପୁର ତହସିଲଦାର ଦିବ୍ୟା ମହାନ୍ତି, ବିଡ଼ିଓ ସମ୍ବିତ ସଂଗ୍ରାମଜିତ ସାହୁ, ଛତ୍ରପୁର ଏସଡିପିଓ ଚନ୍ଦନ କୁମାର ଘଡ଼ାଇ, ଥାନା ଅଧିକାରୀ ସାବ୍ୟବସାଚୀ ମଲ୍ଲ ଏବଂ ଜାତୀୟ ରାଜପଥ ର ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ l ଅନ୍ୟମାନଙ୍କ  ମଧ୍ୟ ରେ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ଜିଲ୍ଲା ସଭାପତି କୀର୍ତ୍ତନ ଦାସ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ପଦ୍ମ ଚରଣ ସାହୁ, ସମ୍ପାଦକ ଏନ. ଦୁର୍ଯ୍ୟୋଧନ ରେଡ୍ଡୀ ଓ ବସନ୍ତ କୁମାର ବେହେରା, ବ୍ରହ୍ମପୁର ସାଂସଦ ପ୍ରତିନିଧି ରୁଈନା ପଟ୍ଟନାୟକ, ଲକ୍ଷ୍ମୀନାରାୟଣ ପଣ୍ଡା, ସଂଜିତ କୁମାର ରାଉଳ, କଣମଣା ମଣ୍ଡଳ ସଭାପତି ଏନ. ଦିନବନ୍ଧୁ, ପି. ରାମବାବୁ,ଯୁବ ମୋର୍ଚ୍ଚା ରାଜ୍ୟ ସଂଯୋଜକ ଡି. ସୁରେଶ ରେଡ୍ଡୀ, ଜୀ. ମନୋଜ ରେଡ୍ଡୀ ଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ l ଏହି ପ୍ରକଳ୍ପ ନିମନ୍ତେ  ୮୬ କୋଟି ୨୩ ଲକ୍ଷ ୧୬ ହଜାର ୫ଶହ ଟଙ୍କାର ଟେଣ୍ଡର ଆହ୍ୱାନ ରହିଥିବା ବେଳେ ଏବେ ଯେଉଁ ସଂସ୍ଥା ନେଇଛି ସିଏ ୬୨ କୋଟି ୫୦ ଲକ୍ଷ କରିବ ବୋଲି ସୂଚନା ମିଳିଛି । ୧୦ ବର୍ଷ ପ୍ରର୍ଯ୍ୟନ୍ତ ଏହାର ମରାମତି ଓ ପରିଚାଳନା  କରିବ ଉକ୍ତ ସଂସ୍ଥା କରିବ । ଏହାକୁ  ଯେଉଁ ସଂସ୍ଥା ଏହି ଟେଣ୍ଡର ପାଇଛି  ସିଏ ଏହି କାର୍ଯ୍ୟକୁ ୧୮ ମାସ ମଧ୍ୟରେ ଶେଷ କରିବା ପାଇଁ ସମୟ ସୀମା ରହିଥିବା ମନ୍ତ୍ରୀ କହିଥିଲେ । ଜିଲାରେ ୯ ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି ସେଥିମଧ୍ୟରୁ ୩ଟି ଫ୍ଲାଇ ଓଭର ଓ ୬ଟି ଅଣ୍ଡର ପାସ ରହିଛି ବୋଲି ମନ୍ତ୍ରୀ କହିଥିଲେ । ଛତ୍ରପୁର କଲେଜ ଛକ ଓ ଡିଆରଡିଏ ଛକ ଅଧିକ ଦୃର୍ଘଟଣା ଘଟିବା ସହ ଏହା ବ୍ଲାକ ସ୍ପଟ ଅଚଂଳ ଭାବେ ଚିହ୍ନଟ ହୋଇଥିଲା ।   ଦୈନିକ ଜାତୀୟ ରାଜପଥ ପାର କରି କେଲଜ ଛାତ୍ର/ଛାତ୍ରୀ, ସ୍କୁଲ ଛାତ୍ର/ଛାତ୍ରୀ ଯାତାୟତ କରୁଥିବାରୁ ଛୋଟ ଛୋଟ ଦୃର୍ଘଟଣା ହେଉଥିଲା, ଏନେଇ ଅଚଂଳବାସୀ ପକ୍ଷରୁ  ଓଭର ବ୍ରିଜ ନିର୍ମାଣ ନେଇ ଦାବୀ ହେଉଥିଲା । ଏନେଇ ସ୍ଥାନୀୟ ବିଧାୟକ ମଧ୍ୟ ବହୁବାର ଜାତୀୟ ରାଜପଥ କୁ ଚିଠି ମଧ୍ୟ ଲେଖିଥିଲେ । ଏହା ବ୍ୟତିତ ଛତ୍ରପୁର ନିର୍ବାଚନ ମଣ୍ଡଳୀ ପାଇଁ ଆହୁରି ୭ଟି ଫ୍ଲାଇ ଓଭର ବ୍ରିଜ ପାଇଁ ଭାରତ ସରକାରଙ୍କୁ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଚିଠି ଲେଖିଥିବା କହିଥିଲେ । ଏହି ସବୁ ନିର୍ମାଣ ହେଲେ ଜିଲାରେ ଯେଉଁ ଦୃର୍ଘଟଣା ହାର ଅଧିକ ରହିଛି ତାହା ହ୍ରାସ ପାଇବ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ