ପୋର୍ଟ ମଜଦୂର ସଂଘର ପ୍ରଥମ ବାର୍ଷିକ ସମ୍ମିଳନୀ

ଛତ୍ରପୁର, (ଓ୍ବାଇଏନଏସ): ପୋର୍ଟ ମଜଦୁର ସଂଘ ଗୋପାଳପୁର ର ପ୍ରଥମ ବାର୍ଷିକ ସମ୍ମିଳନୀ ଅଧ୍ୟକ୍ଷ ଅର୍ଜୁନ ବେହେରା ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ର କିପରି ସମାଧାନ ହେବ ସେ ସମ୍ପର୍କ ରେ  କହିଥିଲେ l ମୁଖ୍ୟ ବକ୍ତା ଭାବେ ଭାରତୀୟ ମଜଦୂର ସଂଘର ରାଜ୍ୟ ସଂଗଠନ ଲକ୍ଷ୍ମଣ ଦାସ ଯୋଗଦେଇ ଶ୍ରମିକ ମାନଙ୍କ ସ୍ଥାୟୀ ସମାଧାନ ଲାଗି ସମସ୍ତ ଶ୍ରମିକଙ୍କୁ ସଂଗଠିତ ହୋଇ ଆଗକୁ ଆସିବାକୁ ଆହ୍ୱାନ ଦେଇଥିଲେ  l ରାଜ୍ୟ ସମ୍ପାଦକ ସତ୍ୟବ୍ରତ ପରିଡା, ଜିଲ୍ଲା ସଂଗଠନ ସମ୍ପାଦକ ଗୋପାଳ କୃଷ୍ଣ ସ୍ୱାଇଁ, ବରିଷ୍ଠ କାର୍ଯ୍ୟକର୍ତା ଲିଙ୍ଗରାଜ ସାହୁ, ବିଜେପି ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ପଦ୍ମ ଚରଣ ସାହୁ ଓ ଛତ୍ରପୁର ମଣ୍ଡଳ ସଭାପତି ଗୌରୀ ଶଙ୍କର ନାହାକ ଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ କର୍ମକର୍ତା ମାନେ ଯୋଗଦେଇ ଶ୍ରମିକ ମାନଙ୍କ ହକ ନିମନ୍ତେ ସମସ୍ତ କାର୍ଯ୍ୟ କରାଯିବ ବୋଲି କହିଥିଲେ l ସଂଘ ର ସାଧାରଣ ସମ୍ପାଦକ  ଜି. ଡାଳେୟା ବାର୍ଷିକ ବିବରଣୀ ପାଠ କରିଥିଲେ  l ଏହି ଅବସର ରେ ସଂଘ ର ନୂତନ  କର୍ମକର୍ତା ଚୟନ କରାଯାଇଥିଲା l ଜିଲ୍ଲା ପ୍ରଭାରୀ ନୂତନ କର୍ମକର୍ତା ମାନଙ୍କ ନାମ ଘୋଷଣା କରିଥିଲେ l ପୋର୍ଟ ମଜଦୁର ସଂଘ ଗୋପାଳପୁରର ନୂତନ ସଭାପତି ଭାବେ ଅର୍ଜୁନ କୁମାର ବେହେରା, କାର୍ଯ୍ୟକାରୀ ସଭାପତି ଭାବେ ଜି. ଜଗନ୍ନାଥ, ଉପସଭାପତି ଭାବେ ଏନ. ଦୀନବନ୍ଧୁ ଓ ସିଏଚ ଏରେୟା, ସାଧାରଣ ସମ୍ପାଦକ ଭାବେ ଜି. ଡାଲେୟା, ଯୁଗ୍ମ ସମ୍ପାଦକ ଭାବେ ଏ. କରଲେୟା  ଓ ଏମ. ସିମାଞ୍ଚଳ, କୋଷାଧ୍ୟକ୍ଷ ଭାବେ ଏନ. ନାଲ୍ଲଡ଼ ଙ୍କୁ ସର୍ବ ସମ୍ମତ୍ତି କ୍ରମେ ଚୟନ କରାଯାଇଥିଲା l ଏହା ସହିତସଂଘର ଉପଦେଷ୍ଟା ଭାବେ ଆଇନଜୀବି ପଦ୍ମ ଚରଣ ସାହୁ ଏବଂ କାର୍ଯ୍ୟକାରୀ ସଦସ୍ୟ ଭାବେ ୭ ଜଣ ଙ୍କ ନାମ ଚୟନ କରାଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ