ଗଜପତିରେ ନାବାଳିକା ଦୁଷ୍କର୍ମ ମାମଲା: ପୀଡିତା ନାବାଳିକା ଓ ଅଭିଯୁକ୍ତ ନାବାଳକଙ୍କ ବୟାନ ରେକର୍ଡ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଚନ୍ଦ୍ରଗିରି ଫାଣ୍ଡି ଅନ୍ତର୍ଗତ ଜିରାଙ୍ଗ ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ସାତ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ନେଇ ଥାନାରେ ଅଭିଯୋଗ ପରେ ମାମଲା ରୁଜୁ  କରି ତଦନ୍ତ ଆରମ୍ଭ କରିଛି ପୁଲିସ। ସୁଚନା ପ୍ରକାରେ ନାବାଳିକାଙ୍କ  ବାପା ମାଆ ଏକ ତିବ୍ବତୀୟ ଦମ୍ପତି ୧୭ ବର୍ଷୀୟ ଅଭିଯୁକ୍ତକୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରି ତାର ଲାଳନପାଳନ କରୁଥିଲେ। ତେଣୁ ସେ ଦୀର୍ଘ ବର୍ଷ ହେଲା ପରିବାର ସହ ଘରେ ରହି ଆସୁଥିଲା ଏବଂ ତାର ଯାବତୀୟ ଖର୍ଚ୍ଚ ବହନ କରୁଥିଲେ ତିବତୀୟ ଦମ୍ପତି। କିନ୍ତୁ ଘଟଣା ଦିନ ଅର୍ଥାତ ୭ ତାରିଖରେ ପୀଡିତାଙ୍କ ବାପା ମାଆ କୈଣସି କାର୍ଯ୍ୟରେ ବାହାରକୁ ଯାଇଥିଲେ, କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ଫେରି ପାରିନଥିଲେ। ସେହି ସମୟରେ ଅଭିଯୁକ୍ତ ପ୍ରତ୍ୟେକ ଦିନ ଭଳି ଘରେ ପୀଡିତା ସହିତ ରହିଥିଲା । ଏକୁଟିଆ ସୁଯୋଗ ନେଇ ନାବାଳିକା କୁ ଦୁଷ୍କର୍ମ କରିଥିଲା ନାବାଳକ।  ବାପା ମାଆ ଘରକୁ ଫେରିବା ପରେ ଝିଅ ଠାରୁ ସବୁ ଶୁଣିବା ପରେ ୮ ତାରିଖରେ ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ଥାନାରେ ଏତଲା ପରେ ପୁଲିସ ପକ୍ଷରୁ କେସ ନମ୍ବର ୨୨ / ୨୬ ରେ ଚନ୍ଦ୍ରଗିରି ଫାଣ୍ଡିରେ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତ ଜଣକ ନାବାଳକ ହୋଇଥିବାରୁ ତାର ବୟାନ ରେକର୍ଡ ଓ ଡାକ୍ତରି ମଇନା କରାଯାଇ ବ୍ରହ୍ମପୁର ସ୍ଥିତ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଥିବା ଜଣାପଡିଛି।ସେହିପରି ନାବାଳିକାର ମଧ୍ୟ ଉଭୟ ଡାକ୍ତରୀ ମଇନା ଓ ବୟାନ ରେକର୍ଡ କରାଯାଇ ତାଙ୍କ ମା ବାପା ଙ୍କ ହସ୍ତାନ୍ତର କରାଯାଇଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ